କାଶୀପୁର: (ଅଞ୍ଜନ କୁମାର ନାଏକ)ଚଳିତ ବର୍ଷ କାଶୀପୁର ଠାରେ ଚଇତି ମହୋତ୍ସବ ୨୦୨୩ ପାଳନ କରାଯାଇଛି। ୨୦୨୩ ଚଇତି କାର୍ଯ୍ୟସୂଚୀ ଅନୁଯାୟୀ ପ୍ରଥମେ କଳସ ପୂଜା ଓ ବନ୍ଦନା, କାଶୀପୁର ନଗର ପରିକ୍ରମା, ପ୍ରଦୀପ ପ୍ରଜ୍ୱଳନ ଓ ଶୁଭ ଉଦଘାଟନ ଏବଂ ସାଧାରଣ ସଭା ଓ ସଂସ୍କୃତିକ, ପାରମ୍ପରିକ ନୃତ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।ବ୍ଲକ ରୁ ବିଭିନ୍ନ ବିଦ୍ୟାଳୟରୁ ଛାତ୍ର ଛାତ୍ରୀମାନେ ନୃତ୍ୟ ଓ ସଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ଓ କୃତିତ୍ୱ ପ୍ରତିଭାଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା।ଲୋକେ ଓ ଛାତ୍ର ଛାତ୍ରୀଙ୍କ ବିଭିନ୍ନ ପାରମ୍ପରିକ ବାଦ୍ୟ,ନୃତ୍ୟ ଗୀତ ସହ ବିଭିନ୍ନ ବେଶ ଭୂଷଣ ଦେଖିବାକୁ ମିଳିଥିଲା।ମୁଖ୍ୟତଃ ଏଠାରେ SSG ମହିଳାଙ୍କ ବିଭିନ୍ନ ଦକାନ ଲୋକଙ୍କୁ ଆକୃଷ୍ଟ କରିଥିଲା।ମୁଖ୍ୟ ବିଷୟ ! ବ୍ଲକ ପ୍ରଶାସନ ର ଦ୍ରୁବଳ ଭାବନା ଥିବା ହେତୁ କିଛି ବର୍ଷ ହେଲା ଚଇତି କାର୍ଯ୍ୟକ୍ରମ ହୋଇ ପାରୁନଥିଲା।
କିନ୍ତୁ ୨୦୨୨ ରୁ ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ବ୍ଲକ ରେ ଚଇତି ମହୋତ୍ସବ ପାଳନ କରାଯାଉଛି।ତଥାପି ପ୍ରତ୍ୟକ ବର୍ଷ ବ୍ଲକ ସ୍ତରୀୟ ଚଇତି ପୂର୍ବରୁ ପ୍ରତ୍ୟେକ ପଞ୍ଚାୟତରେ ଚଇତିର ପ୍ରସାର ପ୍ରଚାର ହେବା ସହ କାଶୀପୁର ପଞ୍ଚାୟତ ସମିତି ଠାରେ ଏହାର ପୂର୍ବ ପ୍ରସ୍ତୁତି ବୈଠକର ଆୟୋଜନ କରାଯାଉଥିଲା। କିନ୍ତୁ ବର୍ତ୍ତମାନ ଆଉ ସେସବୁ ଦେଖିବାକୁ ମିଳୁନାହିଁ। ଯଦ୍ୱାରା ଜିଲ୍ଲାର କଳା, ସଂସ୍କୃତି, ପରମ୍ପରା ବିଲୁପ୍ତ ଅବସ୍ଥା ରେ ପହଞ୍ଚିଛି। ଏଣୁ ଚଇତିଭଳି ଗଣପର୍ବ ଜିଲ୍ଲାରେ ଆୟୋଜନ ହେଲେ ଜିଲ୍ଲାରେ ବିଲୁପ୍ତ ହେଉଥିବା ପରମ୍ପରା, କଳା, ସଂସ୍କୃତି ପୁନର୍ଜିବିତ ହେବା ସହ ଲୋକଲୋଚନକୁ ଆସିପାରିବ ବୋଲି ରାଜ୍ୟ ସରକାରଙ୍କ ଧାରଣା କିନ୍ତୁ ଏହା ଧୀରେ ଧୀରେ ବିଲୁପ୍ତ ହେବାରେ ବସିଛି। ଏହାର ମୁଖ୍ୟ କାରଣ ବ୍ଲକ ପ୍ରଶାସନ! ବ୍ଲକ ପ୍ରଶାସନର ଇଚ୍ଛା ଅଭିଳାଷରେ ଦ୍ରୁବଳ ଥିବା ବର୍ତମାନ ବୁଦ୍ଧିଜୀବୀ ମାହଲରେ ବିସ୍ମୟ ଶୃଷ୍ଠୀ କରିଛି।
ଏହି ଉପଲକ୍ଷେ ବିଧାୟକ ମକୋରନ୍ଦ ମୁଦୁଲି, ଜିଲ୍ଲାପରିଷଦ ଅଧାକ୍ଷ୍ୟା ସରସ୍ବତୀ ମାଝୀ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ୍ୟା ଅନୁସୟା ମାଝୀ ଆମ ଓଡିଶା ନବୀନ ଓଡିଶା ଉପଦେଷ୍ଠା ଗୌରୀ ବାବୁ ବ୍ଲକ ଚ୍ୟାରମେନ କଣ୍ଠେଶ୍ଵର ମାଝୀ ବ୍ଲକ ଉପାଧ୍ୟାକ୍ଷା କୁନି କୁମାରୀ ନାଏକ ଓ ଅନ୍ୟ ପ୍ରମୁଖ ମୁଖ୍ୟ ଅତିଥିଭାବେ ଉପସ୍ଥିତ ଥିଲେ।ଏବଂ ସରକାରୀ ସ୍ତରରେ BDO ମନୀଷା ଦାସ, କାଶୀପୁର ତହସିଲଦାର ଏବଂ IIC ସୂର୍ଯ୍ୟ ପ୍ରକଶ ନାଏକଙ୍କ ସମେତ ବ୍ଲକ ପ୍ରଶାସନର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସହ ଶତାଧିକ ଲୋକେ ଚଇତି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ।