ଧର୍ମଗଡ଼ :(ହେମନ୍ତ କୁମାର ମାଝୀ ) ଚଳିତ ବର୍ଷ ଖରିଫ ଧାନ କ୍ରୟ ପାଇଁ ରାଜ୍ୟ ସରକାର ନଭେମ୍ବର ୧ ତାରିଖ କୁ ଦିନ ଧାର୍ଯ୍ୟ କରିଥିବା ବେଳେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଡିସେମ୍ବର ୧ ତାରିଖ ରେ ଜିଲ୍ଲା ରେ ଧାନ ମଣ୍ଡି ଖୋଲିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ। ତେବେ ଆଜି ୧୫ ତାରିଖ ହେଲାଣି ଅଥଚ ସବୁ ମଣ୍ଡି ସମ୍ପୂର୍ଣ ଭାବେ ଖୋଲି ନାହିଁ ବୋଲି ଭାଜପା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ ସ୍ଥାନୀୟ ରାଜ ହୋଟେଲ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ରେ ଅଭିଯୋଗ କରିଛନ୍ତି ।

ଆଜି ସେ ଧର୍ମଗଡ ଉପଖଣ୍ଡ ର ମହିଚଲା, ଚାରବାହାଲ, ମୋଟେର, ଡହଗାଁ, ତରାପୁର, ଧର୍ମଗଡ, ଗୋଲାମୁଣ୍ଡା, ସିନାମାଲ ଓ ଉଛଲା ପ୍ରଭୃତି ମଣ୍ଡି ବୁଲି ଦେଖି ଥିବା ବେଳେ ମଣ୍ଡି ମାନଙ୍କ ରେ ଚାଷୀ ଙ୍କ ସୁବିଧା ପାଇଁ ସର୍ବ ନିମ୍ନ ବ୍ୟବସ୍ଥା ମଧ୍ୟ ନ ଥିବା ଦେଖି ଥିଲେ । ମଣ୍ଡି ରେ ସୁରକ୍ଷା ବାଡ, ଚାଷୀ ଙ୍କ ଧାନ ରଖିବା ପାଇଁ ପିଣ୍ଡି, ଗୋଦାମ ଗୃହ, ସେଡ ଆଦି ବ୍ୟବସ୍ଥା ସବୁଠାରେ ନାହି । କେତେକ ମଣ୍ଡି ସମ୍ପୂର୍ଣ୍ଣ ଭାବେ ଖୋଲା ଆକାଶ ତଳେ ମାଟି ଉପରେ ଚାଲୁଛି ।

ଚାଷୀ ଙ୍କ ପାଇଁ ପିଇବା ପାଣି, ଶୌଚାଳୟ ବ୍ୟବସ୍ଥା କୌଣସି ମଣ୍ଡି ରେ ନାହି। ସେହିପରି ମଣ୍ଡି ରେ ମିଲର୍ସ ଏଵଂ ସେମାନଙ୍କ ଏଜେଣ୍ଟ ଙ୍କ ଦାଦାଗିରି ଚାଲିଛି ବୋଲି ସେ ଅଭିଯୋଗ କରିବା ସହ ପ୍ୟାକ୍ସ ଏଵଂ ନିୟନ୍ତ୍ରିତ ବଜାର କମିଟି ସେମାନଙ୍କ ହାତ ବାରିଶି ପରି କାମ କରୁଛନ୍ତି । ଧାନ ଆନାଲିଶିଶ କରା ଯାଉ ନାହି । ଏଥି ପାଇଁ ଆବଶ୍ୟକ ଯନ୍ତ୍ରପାଟି ମଧ୍ଯ ନାହି । ଧାନ ର କଟନି ପରିମାଣ ଉପରେ ଚାଷୀ ର ଧାନ ଉଠାଣ ନିର୍ଭର କରୁଛି ବୋଲି ସେ କହି ଥିଲେ । ଚାଷୀ ଙ୍କ ଦୁଃଖ ଶୁଣିବାକୁ କେହି ନାହି। ସମସ୍ତେ ମିଳି ମିଶି ଚାଷୀ କୁ ଲୁଟ କରିବାରେ ବ୍ୟସ୍ତ ଅଛନ୍ତି । ଯଦି ଏହାକୁ ରୋକା ନ ଯାଏ ତାହା ହେଲେ କୃଷକ ମୋର୍ଚ୍ଚା ଦୁର୍ବାର ଆନ୍ଦୋଳନ କରିବ ବୋଲି ସେ ଚେତାବନୀ ଦେଇ ଥିଲେ ।

ଏହି ସାମ୍ବାଦିକ ସମ୍ମିଳନୀ ରେ କୃଷକ ମୋର୍ଚ୍ଚା ରାଜ୍ୟ ସମ୍ପାଦକ ବିକ୍ରମ କେଶରୀ ରାଉତ ରାୟ, ମନୋଜ ସାହୁ,ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି କେଶରୀ ଦୂର୍ଗା,ଭାଜପା ଜିଲ୍ଲା ସଭାପତି ଆର୍ତ୍ତତ୍ରାଣ ମହାପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ସୁଧୀର ରଞ୍ଜନ ପଟଯୋଷୀ, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ମନୋଜ ମେହେର, ରାଜପ୍ରସାଦ ସାହୁ, ନିରଞ୍ଜନ ଛତ୍ରିଆ, ଅପରେସ ସ୍ଵାଇ, ହିମାଂଶୁ ପଣ୍ଡା, ଚତୁର୍ଭୁଜ ତାଣ୍ଡି, ବିଜୟ ଦେବ ସାହୁ ଓ ଘନଶ୍ୟାମ ଭାଟି, ଡମ୍ବରୁଧର ଠାକୁର ଓ ଅନ୍ୟ ମାନେ ଉପସ୍ଥିତ ଥିଲେ।