ବୌଦ୍ଧ: ୧୫/୧୨ (ଚିତ୍ତ ରଂଜନ ସିଂ )ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଛତରଙ୍ଗ ନାରାୟଣ ଉଚ୍ଚ ବିଦ୍ୟାଳୟ ଖେଳପଡିଆ ଠାରେ ଚାଲିଥିବା ଦୁଇଦିନିଆ ଚତୁର୍ଥ ପଂଚାୟତ ସ୍ତରୀୟ କ୍ରୀଡା ପ୍ରତିଯୋଗୀତା ଆଜି ଉଦଯାପିତ ହୋଇଯାଇଛି। ସଭାପତି ତଥା ସରପଞ୍ଚ ବିନୋଦିନୀ ପ୍ରଧାନ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ହରଭଙ୍ଗା ବ୍ଲକ ଗୋଷ୍ଠି ଶିକ୍ଷାଅଧିକାରୀ ଅଜୟ କୁମାର ଲୁହା , ସମ୍ମାନିତ ଅତିଥି ଭାବେ ହରଭଙ୍ଗା ବ୍ଲକ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ସତ୍ଯ ନାରାୟଣ ମିଶ୍ର ,ମୁଖ୍ୟ ବକ୍ତା ଭାବେ ହରଭଙ୍ଗା ପଂଚାୟତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ହିଂମାଶୁ ଶେଖର ରାଉତ ଅନ୍ୟତମ ଅତିଥି ଭାବେ ଆଚଂଲିକ ପଂଚାୟତ ମହାବିଦ୍ୟାଳୟ ର ଇଂରାଜୀ ଅଧ୍ୟାପକ ପ୍ରହରା, ଅନ୍ୟ ତମ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଉପଦେଷ୍ଟା କମଳ ଲୋଚନ ସାହୁ, ଅବସରପ୍ରାପ୍ତ ଶିକ୍ଷକ ତ୍ରିଲୋଚନ ପ୍ରଧାନ, ଅନ୍ୟତମ ଅତିଥି ଭାବେ ନାରାୟଣ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିଜୟ କୁମାର ମିଶ୍ର, ଛତରଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଜିତେନ୍ଦ୍ର କୁମାର ପ୍ରଧାନ ଓ ଏହି କ୍ରୀଡା ର ଆବାହକ ଶୁଶିଲ ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ ଶିକ୍ଷକ ସତ୍ଯ ନାରାୟଣ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ସଂପାଦକ ଜିତେନ୍ଦ୍ର କୁମାର ସାହୁ ବିବରଣୀ ପାଠ କରିଥିଲେ।
ସରସ୍ଵତୀ ଶିଶୁ ମନ୍ଦିର ର ଛାତ୍ର ଛାତ୍ରୀ ମାନେ ସ୍ବାଗତ ସଂଗୀତ ଗାନ କରିଥିଲେ। ଅତିଥି ମାନଙ୍କୁ ଉପଢୌକନ ଓ ପୁଷ୍ପ ଗୁଚ୍ଛ ଦେଇ ସ୍ଵାଗତ ସମ୍ବର୍ଦ୍ଧନା କରା ଯାଇଥିଲା। ନାରାୟଣ ଉଚ୍ଚ ବିଦ୍ୟାଳୟ ର ଖେଳ ଶିକ୍ଷକ ନିରଞ୍ଜନ ସାହୁ ଖେଳ ପରିଚାଳନା କରିଥିଲେ। ଏହି ଚତୁର୍ଥ ପଂଚାୟତ ସ୍ତରୀୟ କ୍ରୀଡା ପ୍ରତିଯୋଗୀତା ରେ ପଂଚାୟତ ର ଛତରଙ୍ଗ, ଖରଭୂଇଁ, ବାଇଶିପଡା, କୁଟିଗାଡୁ, ଝାରଖମଣ, ଗୁଣ୍ଡୁରିସାହି, କଣ୍ଠିପଦର ଓ ଭାଲିଆଗୋରା ଆଦି ଗ୍ରାମ ର ପ୍ରାଥମିକ, ଉଚ୍ଚପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ଓ ସରସ୍ଵତୀ ଶିଶୁ ମନ୍ଦିରଆଦିରଛାତ୍ରଛାତ୍ରୀ ମାନେ ସିନିୟର, ଜୁନିଅର ଓ ସବ ଜୁନିଅର ର ବାଳକ ଓ ବାଳିକା ଆଦି ତିନୋଟି ବିଭାଗରେ ଦୌଡ଼, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ଅଖା ଦୌଡ଼, ଗଣିତ ଦୌଡ଼, କୁଇଜ୍, ତର୍କ, ସଂଗୀତ, ଦୌଡିଡିଆଁ, ମ୍ୟୁଜିକ୍ ଚେଆର, ଓ ଦଲଗତ ନୃତ୍ୟ ପ୍ରତିଯୋଗୀତା ରେଅଂଶଗ୍ରହଣ କରିଥିଲେ।
ବିଭିନ୍ନ ବିଦ୍ୟାଳୟ ର ଗାଇଡ ଶିକ୍ଷକ ମାନେ ଖେଲ ପରିଚାଳନା ରେ ସହଯୋଗ କରିଥିଲେ।ଏବଂ ଛତରଙ୍ଗ ତ୍ରିନାଥ ଯୁବକ ସଂଘ ର କର୍ମକର୍ତ୍ତା ସହଯୋଗ କରିଥିଲେ।ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ବକ୍ତା ପ୍ରମୁଖ ଅତିଥି ମାନେ ପ୍ରତିଯୋଗୀତା ରେ ଅଂଶଗ୍ରହଣ କରିଥିବା ବିଜୟୀ ପ୍ରତିଯୋଗୀ ମାନଙ୍କୁ ପଦକ ଓ ମାନପତ୍ର ପ୍ରଦାନ କରିଥିଲେ। ପରେ ମୁଖ୍ୟ ଅତିଥି ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରୀ ଅଜୟ କୁମାର ଲୁହା ଚମ୍ପିଆନ୍ ଦଲ ଭାବରେ ଶିଶୁ ମନ୍ଦିର ଛାତ୍ରଛାତ୍ରୀ ମାନଙ୍କୁ ସୁବ୍ରତ ମେମୋରିଆଲ ଟ୍ରଷ୍ଟ ପ୍ରଦାନ କରିଥିଲେ ଶେଷରେ ମୁଖ୍ୟ ଅତିଥି ଅଜୟ କୁମାର ଲୁହା କ୍ରୀଡା ପତାକା କୁ ଅବତରଣ କରି ମଶାଲ ଅଗ୍ନି ନିର୍ବାପିତ କରିଥିଲେ। ମଧ୍ୟାହ୍ନ ସମୟ ରେ ହରଭଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସପ୍ନିତା ନାଏକ ପ୍ରମୁଖ ଯୋଗଦେଇଥିଲେ।ଶେଷରେ ଖରଭୂଇଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସତ୍ଯ ନାରାୟଣ ନାୟକ ଧନ୍ୟବାଦ ଜଣାଇଥିଲେ। ଏହି ଦୁଇ ଦିନିଆ ପଂଚାୟତ ସ୍ତରୀୟ କ୍ରୀଡା ପ୍ରତିଯୋଗୀତା କୁ ବହୁ ଜନସାଧାରଣ ଓ ଛାତ୍ରଛାତ୍ରୀ ଙ୍କ ସମାଗମ ହୋଇଥିଲା