
ହରଭଙ୍ଗା: ୧୫/୧୨ (ଚିତ୍ତରଞ୍ଜନ ସିଂହ)ହରଭଙ୍ଗା ବ୍ଲକ ବିରନରସିଂପୁର ସ୍ଥିତ ସ୍ଥାୟୀ ନର୍ସରୀ ଠାରେ ଆଗାମୀ ଗ୍ରୀଷ୍ମ ଋତରେ ନିଆଁ କୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲା ର ତିନିଗୋଟି ବିଭାଗ କୁ ନେଇ ଏକ ସଚେତନତା ବାର୍ତ୍ତା ସହିତ ମଗଡ୍ରିଲ କାର୍ଯ୍ୟକ୍ରମ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି l
ଉକ୍ତ କାର୍ଯ୍ୟକ୍ରମ ରେ ବନ ବିଭାଗ ପକ୍ଷରୁ ଜିଲ୍ଲା ବନ ବିଭାଗ ଅଧିକାରୀ ଦେବ ପ୍ରିୟ କମ୍ପୋ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ପୋଲିସ ବିଭାଗ ରୁ ଡି.ଏସ.ପି ସଂଯୁକ୍ତା ଵାଲା, ବନ ବିଭାଗ ଏ. ସି. ଏଫ. ଆଶିଷ କହଁର, ମିନାକ୍ଷୀ କୁମରା, କ୍ଷୀରଦ୍ରି ପ୍ରଧାନ, ଅର୍ଚ୍ଚନା ଗମାଙ୍ଗ, କେନ୍ଦୁପତ୍ର ଡିଭିଜନ ଏ ସି ଏଫ୍ ରୁକ୍ମଣ ବରିହା, ଟେରିଟୋରିଆଲ ଓ କେନ୍ଦୁପତ୍ର ଡିଭିଜନ ର ସମସ୍ତ ରେଞ୍ଜର, ଫରେଷ୍ଟର,ଫରେଷ୍ଟ ଗାର୍ଡ ପ୍ରମୁଖ ଉପସ୍ଥିତଥିଲେ।
ଆଗାମୀ ଦିନରେ କେମିତି ନିଆଁ କୁ ନିୟନ୍ତ୍ରଣ କରାଯିବ ସେ ସମ୍ପର୍କ ରେ ତିନୋଟି ବିଭାଗ ର ଅଧିକାରୀ ଙ୍କ ସହିତ ମୁଖ୍ୟ ଅତିଥି ଦେବପ୍ରିୟ କମ୍ପୋ ପଙ୍ଖା ନୁ ପୁଙ୍ଖ ଭାବରେ ଆଲୋଚନା କରିବା ସହିତ ଅଗ୍ନିଶମ ବାହିନୀ ପ୍ରାଥମିକ ମଗଡ୍ରିଲ ମାଧ୍ୟମରେ ସଚେତନତା କରିଥିଲେ।