ବୌଦ୍ଧ: (ଚିତ୍ତ ରଂଜନ ସିଂ ) ଗତକାଲି ହରଭଙ୍ଗା ବ୍ଲକର ଯାଜପୁର ଗ୍ରାମ ଠାରେ  ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଲକ୍ଷ୍ମୀ ନାଳ ସେତୁର ଉଦଘାଟନ କରିଛନ୍ତି l ବୌଦ୍ଧ ବିଧାୟକ ତଥା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍   ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ l  ଉତ୍ସବରେ ସମ୍ମାନିତ ଅତିଥି ଭାବେ ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଯୋଗଦେଇଥିଲେ l

ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୫୭ ନମ୍ବର ଜାତୀୟ ରାଜପଥ କୁ ଯାଜପୁର ଓ ଅନ୍ୟ ଗ୍ରାମ ସହିତ ସଂଯୋଗ କରିବା ପାଇଁ ଲକ୍ଷ୍ମୀ ନାଳ ସେତୁର ନିର୍ମାଣ କରାଯାଇଛି l ଏହି ଅବସରରେ ମନ୍ତ୍ରୀ ଗ୍ରାମବାସୀଙ୍କ ସହ ଆଲୋଚନା କରି ଗ୍ରାମରେ ରହିଥିବା ସମସ୍ୟା , ଅସୁବିଧା ନେଇ ପଚାରି ବୁଝିଥିଲେ l ଏହି ଅବସରରେ ବୌଦ୍ଧ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ସୁଧାକର ନାୟକ ଓ ସହକାରୀ ଯାନ୍ତ୍ରି ବିଦ୍ୟାଧର ମହାନ୍ତି ଓ ଅଧିକାରୀ, ବିଜେଡି ଦଳର ଅନେକ ନେତା ଓ  କର୍ମୀ ମାନେ ଉପସ୍ଥିତ ଥିଲେ l