ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ମୁରିବାହାଲ ରେଞ୍ଜ ଗୁଲମୀ ଜଙ୍ଗଲରେ ସାଙ୍ଗ ମାନଙ୍କ ସାଙ୍ଗରେ ଜାଳେଣି କାଠ ପାଇଁ ଯାଇଥିବା ବେଳେ ଜଙ୍ଗଲରେ ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି ବେଲପଦର ଗ୍ରାମର ଲୋଚନ ରାଉତ।

ଖବର ପାଇ ଗାଁ ଲୋକେ ଲୋଚନକୁ ଆମ୍ବୁଲାନ୍ସ ଯୋଗେ ଟିଟିଲାଗଡ଼ ଡାକ୍ତରଖାନାକୁ ଆଣି ଚିକିତ୍ସା କରାଇଥିଲେ, ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗୀର ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।