ବୌଦ୍ଧ: ( ଚିତ୍ତରଞ୍ଜନ ସିଂହ ) ,ବୌଦ୍ଧ ଜିଲ୍ଲା ପୁରୁଣାକଟକ ପୋଲିସ କୁ ବଡ଼ ସଫଳତା । ଟ୍ରାନ୍ସଫର୍ମର ଚୋରୀ ଗ୍ୟାଙ୍ଗର ୪ ଜଣକୁ ଧରିଲା ପୋଲିସ । ସୂଚନା ଅନୁଯାୟୀ ପୁରୁଣାକଟକ ଥାନା ଅଂଚଳରେ ଗତ କିଛି ଦିନ ହେବ ଲଗାତାର ଭାବେ ୯ ଟି ବିଦ୍ୟୁତ ଟ୍ରାନ୍ସଫର୍ମର ଚୋରି ହୋଇଥିଲା । ଏହାକୁ ନେଇ ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁରୁଣାକଟକ ପୋଲିସ ଏହାକୁ ଗୁରୁତର ଭାବେ ତଦନ୍ତ କରି ୪ ଜଣ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଛି ।
ଅଭିଯୁକ୍ତ ମାନେ ହେଲେ ଗୁଣ୍ଡୁରିବିଡା ଗ୍ରାମର ପ୍ରବୀଣ ପ୍ରଧାନ, ଚାରିଛକର ଜଗନ୍ନାଥ ଜେନା, ପୁରୁଣାକଟକର ଭିକାରୀ ସାହୁ ଓ ବୌଦ୍ଧ ଥାନା ପ୍ରବୀଣ ପ୍ରଧାନ ।ତାଙ୍କ ନିକଟରୁ ଗୋଟିଏ ବାଇକ , ଚୋରିରେ ବ୍ୟବହୃତ ଏକ ବୋଲେରୋ ପିକଅପ ଓ ଗୋଟିଏ ଟ୍ରାନ୍ସଫର୍ମର ଜବତ କରିଛି ପୋଲିସ । ତେବେ ସେମାନେ ୮ ଟି ଟ୍ରାନ୍ସଫର୍ମର ବିକ୍ରି କରିଥିବା ପୋଲିସ ଆଗରେ କହିଛନ୍ତି । ଆଜି ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ତେବେ ଲାଇନ କଟିଲେ ତୁରନ୍ତ ଟ୍ରାନ୍ସଫର୍ମର ପାଖକୁ ଯାଇ ଦେଖିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ଥାନା ଅଧିକାରୀ ରଞ୍ଜିତ କୁମାର ମୁନି ।