ଧର୍ମଗଡ:  (ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଜଗନ୍ନାଥ ସେବା ସମିତି ପକ୍ଷରୁ ମାଗଣା ଚିକିତ୍ସା ଓ ପରାମର୍ଶ ଶିବିର ସ୍ଥାନୀୟ ଶ୍ରୀକୃଷ୍ଣ ଭବନ (ଧର୍ମଶାଳା) ଠାରେ ଆଜି ଆୟୋଜିତ ହୋଇ ଯାଇଛି । ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମିଳନୀ ର ସହାୟତା ରେ ଆୟୋଜିତ ଏହି ଚିକିତ୍ସା ଶିବିର ରେ ଛତିଶଗଡ଼ ରାୟପୁର ସ୍ଥିତ ଅଶୋକା ସୁପର ସ୍ପେଶାଲିଟି ହସପିଟାଲ ଓ ରିସର୍ଚ୍ଚ ସେଣ୍ଟର ର ସ୍ତ୍ରୀ ଓ ପ୍ରସୂତୀ ବିଭାଗ ମୂଖ୍ୟ ଡାକ୍ତର ଏ.ସୁରେଶ କୁମାର , ୟୁରୋଲୋଜିଷ୍ଟ ଡାକ୍ତର ଆକାଶ କୁମାର ଅଗ୍ରୱାଲ , ଭେଷଜ ବିଶେଷଜ୍ଞ ଡାକ୍ତର ମହେଶ ଶର୍ମା , ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଅମନ କୁମାର ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହି ଚିକିତ୍ସା ଓ ପରାମର୍ଶ ଦେଇ ଥିଲେ ।

ଜଗନ୍ନାଥ ସେବା ସମିତି ସଭାପତି ବିଷ୍ଣୁ ପ୍ରସାଦ ଅଗ୍ରୱାଲ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମ ରେ ନିଖିଳ ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମିଳନୀ ର ଜିଲ୍ଲା ଉପସଭାପତି ଦୂର୍ଗା ପ୍ରସାଦ ଅଗ୍ରୱାଲ, ଧର୍ମଗଡ ବ୍ଲକ ସଭାପତି ମଦନ ମୋହନ ଜୈନ, ଭାଜପା ଜିଲ୍ଲା ସାଧାରଣ ସମ୍ପାଦକ ସୁଧିର ପଟ୍ଟଯୋଷୀ, ଶ୍ୟାମ ପରିବାର ମୂଖ୍ୟ ସୁନୀତା ଅଗ୍ରୱାଲ,ସମାଜ ସେବୀ କିଶୋର ଅଗ୍ରୱାଲ , ଏନଏସି ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଥିଲେ । ସଂଗଠନ ର ସମ୍ପାଦକ ବୈଦ୍ୟନାଥ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସୁବାସ ଅଗ୍ରୱାଲ, ନବୀନ ଅଗ୍ରୱାଲ, ରାଧେ ଶ୍ୟାମ ଅଗ୍ରୱାଲ, ଅନୁଜ ଅଗ୍ରୱାଲ, ସୁନ୍ଦରଲାଲ ଅଗ୍ରୱାଲ ଓ ଅନ୍ୟ ମାନେ ସହଯୋଗ କରି ଥିଲେ ।