
ହରଭଙ୍ଗା : (ଚିତ୍ତରଞ୍ଜନ ସିଂହ)ପୁରୁଣାକଟକ ଗ୍ରାମ ପଞ୍ଚାୟତ କଲ୍ୟାଣ ମଣ୍ଡପ ଠାରେ ” ବିକଶିତ ଭାରତ ସଂକଳ୍ପ ଯାତ୍ରା” ଅନୁଷ୍ଟିତ ହୋଇଥିଲା ।
ଉକ୍ତ କାର୍ଯ୍ୟକ୍ରମ ଆରମ୍ଭ ରେ ସ୍ବାଗତ ପାଇଁ ବହୁ ସଂଖ୍ୟକ ଲୋକ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ ଓ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି ଙ୍କ ବିକଶିତ ଭାରତ ସଂକଳ୍ପ ଯାତ୍ରା ର ବାର୍ତ୍ତା ଶୁଣିବା ସହିତ ନିଜ ନିଜ ମଣ୍ଡଳ ଓ ଗ୍ରାମ ମlନଙ୍କ ର ଜନ ସାଧାରଣଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ l
ବିଶେଷ କରି ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଙ୍କ ବିଗତ ନ ବର୍ଷ ଧରି ଶାସନ କାଳରେ ହୋଇଥିବା ବିଭିନ୍ନ ଐତିହାସିକ କାର୍ଯ୍ୟ କ୍ରମ ଓ ଯୋଜନା ସବୁ କୁଏଲିଡି ମାଧ୍ୟମରେ ଦେଖାଯାଇଥିଲାଏହି କାର୍ଯ୍ୟକ୍ରମ ରେ ସ୍ୱାସ୍ଥ୍ୟ ବିଭାଗ , ଓ ଅନ୍ୟାନ୍ୟ ବିଭାଗର ଅଧିକାରୀ ମାନଙ୍କ ସହ ସରପଞ୍ଚ ଅଶୋକ କୁମାର ସେଠି, ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ ସରୋଜ ପ୍ରଧାନ,, ବରିଷ୍ଠ ନେତା ମାଗୁଣି ଚରଣ ଗାଈ ଗୌରୀଆ, ବାମନ ବାରିକ, ସମାଜ ସେବି ଇଂ.ବିକାଶ ମହାକୁଡ଼, ଶମ୍ବୁ ପ୍ରଧାନ,ଗ୍ରାମ ପଞ୍ଚାୟତ ର ନିର୍ବାହୀ ଅଧିକାରୀ, ସମସ୍ତ ୱାର୍ଡ ମେମ୍ବର ବୃନ୍ଦ ,ଅଙ୍ଗନବାଡି, ଆସ କର୍ମୀ ଓ ସମସ୍ତ ଜନଶାଧରଣ ଙ୍କ ସହିତବହୁ ସଂଖ୍ୟକ ଲୋକ ମାନେ ଉପସ୍ଥିତ ରହି ସମସ୍ତ ପ୍ରକାର କାର୍ଯ୍ୟ କ୍ରମରେ ରେ ଯୋଗଦାନ୍ କରିଥିଲେ।ଅନ୍ୟ ପଟେ ପିତାମ୍ବର ପୁର ଗ୍ରାମ ପଞ୍ଚାୟତ ରେ ମଧ୍ୟ ଆଜି ବିକଶିତ ଭାରତ କାର୍ଯ୍ୟକ୍ରମ ମଧ୍ୟ ହୋଇଥିବା ସୂଚନା ମିଳିଛି l