
କାଶୀପୁର: (ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସ୍ତିତ ପଞ୍ଚାୟତ ସମିତି କାର୍ଯାଳୟ ଠାରେ ଗତ ୧୮ ତାରିଖ ମଙ୍ଗଳବାର ଦିନ ଜିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣୀ ଅନୁଷ୍ଠିତ ହୋଇଥିଲା।
ଏହି ପରିପେକ୍ଷୀରେ ଏକ ବିଚିତ୍ର ଅଭିଯୋଗ ହୋଇଥିବା ଦେଖିବାକୁ ମିଳିଥିଲା। ଘଟଣା ହେଲା କାଶୀପୁର ବ୍ଲକ ଅନ୍ତର୍ଗତ କଡିପାରି GP ସିନ୍ଧି ଗୁଡା ଗ୍ରାମର ! ମୁଖ୍ୟ ବିଷୟ ହେଲା ସ୍ୱାଧୀନତାର ୭୬ ବର୍ଷ ଫୁର୍ତ୍ତି ପରେ ମଧ୍ୟ ସିନ୍ଧି ଗୁଡା ଗ୍ରାମକୁ ଜିଲ୍ଲାପ୍ରଶାସନ ଦ୍ୱାରା ଆମ୍ବୁଲାନ୍ସ ଯିବାକୁ ରାସ୍ତା ଖଣ୍ଡିକ ନିର୍ମାଣ କରିପାରିଲା ନାହିଁ। ଆଶ୍ଚର୍ଯ୍ୟର ବିଷୟ ହେଲେ RD ରାସ୍ତା ଠାରୁ ଗ୍ରାମକୁ ଦୁଇ କିଲୋମିଟର ରୁ ଉର୍ଦ୍ଧ ମାତ୍ର। ଅଞ୍ଚଳର ୪ଟି ପଞ୍ଚାୟତର ୧୫ଟି ଗ୍ରାମର ୨୧୫୭ ପରିବାର ରାସ୍ତାଟିଏ ହେଲେ ଉପକୃତ ହୋଇ ପାରିଥାନେ କିନ୍ତୁ ଏହି ଆଜି ସାତଶପନ ହୋଇଅଛି।
ଏହି ଭଳି ଜନ ଶୁଣାଣି ସହ 5T ସଚିବ, ଜିଲ୍ଲାପାଳ ରାୟଗଡା, BDO କାଶୀପୁର, MP କରାପୁଟ, ବିଧାୟକ ରାୟଗଡା, ZP ଅଧକ୍ଷା ରାୟଗଡା, ବ୍ଲକ ଅଧକ୍ଷ କାଶୀପୁରଙ୍କୁ ୨୫ ଥର ଅର୍ଥାତ ୨୫ ଦଫା ଲିଖିତ ଗୁହାରି ହୋଇଥିଲେ ମଧ୍ୟ ପ୍ରଶାସନ ମୁକ ବଧିର ସାଜିଛି । ଅଞ୍ଚଳର ବିକାଶ ପାଇଁ ସତେ ସବୁ ବାଟ ବନ୍ଦ ହୋଇ ଯାଇଛି।ତୁରନ୍ତ ଉକ୍ତ ରାସ୍ତା ନିର୍ମାଣ କରାନଗଲେ ଆଗାମୀ ୨୦୨୪ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଗ୍ରାମବାସୀ ପ୍ରକଶ କରିଛନ୍ତି।