ହରଭଙ୍ଗା :୨୦/୧୨ (ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପଞ୍ଚାୟତ ସମିତି ସଭାଗୃହ ଠାରେ ବ୍ଲକ ଅଧକ୍ଷା ସ୍ନେହ ଲତା ପ୍ରଧାନ ଙ୍କ ଧକ୍ଷତରେ ପଞ୍ଚମ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି l
ଉକ୍ତ ଅଧିବେଶନ କାର୍ଯ୍ୟକ୍ରମ ରେ ଓଡିଶା ସରକାରଙ୍କ ଜଙ୍ଗଲ ପରିବେଶ, ପାନୀୟ ଜଳ, ପଞ୍ଚାୟତ ରାଜ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ବ୍ଲକ ଉପାଧ୍ୟକ୍ଷ ସରୋଜ କୁମାର ପ୍ରଧାନ, କନ୍ଧମାଳ ସାଂସଦ ପ୍ରତିନିଧି ବିଶ୍ୱଜିତ ପ୍ରଧାନ,୭ ନଂ ଜୋନ ଜିଲ୍ଲା ପରିଷଦ ବିଶ୍ୱଜିତ ମିଶ୍ର,ଙ୍କ ସମେତ ବ୍ଲକ ର ସମସ୍ତ, ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା, ବିଭିନ୍ନ ବିଭାଗ ର ଅଧିକାରୀ ମlନେ ଅଧିବେଶନ ରେ ଅଂଶ ଗ୍ରହଣ କରିଥିବା ବେଳେ ବିଡ଼ିଓ ସ୍ୱପ୍ନିତା ନାଏକ ଙ୍କ ପରିଚାଳନା ରେ ପ୍ରଥମେ ସ୍ୱାସ୍ଥ୍ୟ, ଶିକ୍ଷା, ପ୍ରାଣୀ ଓ ମତ୍ସ ବିଭାଗ, ସାଧାରଣ ଖାଉଟି ବଣ୍ଟନ,ଜଳ ପରିମଳ, କୃଷି, ମହିଳା ଓ ଶିଶୁ କଲ୍ୟାଣ, ଜଳ ସେଚନ, ଗମନା ଗମନ, ବିଦ୍ୟୁତ, ଗ୍ରାମୀଣ ଆବାସ, ଜନ ମଙ୍ଗଳ, ସାମାଜିକ ସୁରକ୍ଷା ଓଡିଶା ଜୀବିକା ମିଶନ, ଆଦି ବିଭାଗ ଉପରେ ଆଲୋଚନା ଓ ପର୍ଯ୍ୟାଲୋଚନା ହେବା ସହ ସମସ୍ୟା ର ସମାଧାନ ଉପରେ ଭାବେ ଗୁରୁତ୍ଵାରୂପ କରାଯାଇଥିଲା l
ବିଶେଷ କରି ଗୃହରେ ସରକାରଙ୍କ ମନୋରେଗା ଯୋଜନା ର ବିଭିନ୍ନ ପ୍ରକଳ୍ପ ଉପରେ APO ଙ୍କ କାର୍ଯ୍ୟକଳାପ କୁନେଇ ଜନ ପ୍ରତିନିଧି ଙ୍କ ଭିତରେ ଅସନ୍ତୋଷ ପ୍ରକାଶ ଦେଖାଯାଇଥିଲା l ଏପରିକି ବ୍ଲକ ରେ APO ହେମନ୍ତ ପ୍ରଧାନ ଙ୍କ ଦୀର୍ଘ 4ବର୍ଷ କାର୍ଯ୍ୟକlଳରେ ନିଯୁକ୍ତ ଥିବାବେଳେ ବିଭିନ୍ନ ସମୟରେ ଜନ ପ୍ରତିନିଧି ଙ୍କୁ ନିଜ କାର୍ଯ୍ୟ କ୍ଷେତ୍ରରେ ଅବହେଳା ପ୍ରଦର୍ଶନ କରି ଆସୁଥିବା ଯୋଗଁ ଗୃହରେ Apo ଙ୍କୁ ଅନ୍ୟତ୍ର ବଦଳି ପାଇଁ ଗୃହରେ ଦାବି ଉଠିଥିଲା l ଅଧିବେଶନ ରେ ଜଙ୍ଗଲ ବିଭାଗ, ଜାତୀୟ ରାଜପଥ, ଗ୍ରାମ୍ୟ ଉନ୍ନୟନ, ମୃତ୍ତିକା ସଂରକ୍ଷଣ ଆଦି ବିଭାଗ ର ଅଧିକାରୀ ମନେ ଅନୁପସ୍ଥିତ ଥିବା ବେଳେ ଉକ୍ତ ବିଭାଗ ଉପରେ କୌଣସି ଆଲୋଚନା ହୋଇ ପାରିନଥିଲା l ପରିଶେଷରେ ABDO ସୁବାସ ଜାନି ଧନ୍ୟବାଦ ଅର୍ପଣ କରିଥିଲେ