ହରଭଙ୍ଗା:୨୦।୧୨(ଚିତ୍ତରଞ୍ଜନ ସିଂହ) ମାଣବସା ଗୁରୁବାର ମା ଲକ୍ଷ୍ମୀ ପୂଜା ଅବସରରେ ହରଭଙ୍ଗା ବ୍ଲକ୍ ଧଳପୁର ଗ୍ରାମ ପଞ୍ଚାୟତ ର କଙ୍କଲା ଗ୍ରାମରେ ଆଜି କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।
ବାବା କଇଁଫୁଲ ଆଶ୍ରମ କଙ୍କଲା ମହାନଦୀ କୂଳରୁ ୧୦୮ କଳସ ପାଣି ଉଠାଇ ଗ୍ରାମର ପୁରୁଷ ଓ ମହିଳା ମାନେ ଆଣି ଗ୍ରାମର ମା ଲକ୍ଷ୍ମୀ ଙ୍କ ମଣ୍ଡପ ରେ ସ୍ଥାପନ କରିଥିଲେ। ଆଜି ସନ୍ଧ୍ୟାରେ ସାରା ଓଡ଼ିଶାରେ ଚହଳ ସୃଷ୍ଟି କରିଥିବା ସାମାଜିକ ନାଟକ ଲୁହରେ ଲେଖିଛି ନୂଆ କାହାଣୀ ମଞ୍ଚସ୍ଥ ହେବାର ଗ୍ରାମ୍ୟ କମିଟି କଙ୍କଲା ପକ୍ଷରୁ ସୂଚନା ମିଳିଛି।