କେସିଙ୍ଗା : (ପ୍ରୀତେଶ ପଟେଲ)ଗତକାଲି କେସିଙ୍ଗା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଧନଞ୍ଜୟ ନାୟକ ଅଦାଲତ ରେ ଏକ ପଇସା ଠକ କେସ ର ବିଚାର କରି ଅଭିଯୁକ୍ତ କୁ ଦୁଇ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୫୦୦୦ ଟଙ୍କା ଜରିମାନା ର ଆଦେଶ ଶୁଣାଇଛନ୍ତି।ଜରିମାନା ଅନାଦେୟ ହେଲେ ଆହୁରି ଦୁଇ ମାସ କାରାଦଣ୍ଡ ର ଆଦେଶ ଶୁଣାଇଛନ୍ତି।
ଏଠାରେ ପ୍ରକାଶ ଥାଉ କି ଗତ ୬ ମାସ ତଳେ କେସିଙ୍ଗା ୱାର୍ଡ ନ ୫ ସାନପଡ଼ା ରେ ସତିଶ କୁମାର ଅଗ୍ରୱାଲ/ଜୈନ୍ ପଡ଼ାର ସମସ୍ତ ମହିଳା ଙ୍କୁ କିଛି ପଇସା ର ପ୍ରଲୋଭନ ଦେଖାଇ ଗ୍ରୁପ ଲୋନ କରି ମୋତେ ପଇସା ଦିଅ ମୁଁ ତମମାନଙ୍କ ର ଲୋନ ସୁଝିବି ବୋଲି କହି ସମସ୍ତ ମହିଳା ମାନଙ୍କ ନାଆ ରେ ଉଠିଥିବା ପଇସା ନେଇ ଥିଲେ ହେଲେ ପଇସା ନେବା ପରେ ସତିଶ ଆଉ ଦେଖା ଦେଲେ ନାହିଁକି ଗ୍ରୁପ ପଇସା ବାନ୍ଧିଲେ ନାହିଁ ଶେଷରେ ପଡ଼ାର ମହିଳା ମାନେ ନ୍ୟାୟ ପାଇଁ କେସିଙ୍ଗା ଥାନା ର ଦ୍ୱାରସ୍ଥ ହୋଇଥିଲେ।
ଥାନା ରେ ଲିଖିତ ଅଭିଯୋଗ କଲାପରେ ପୋଲିସ ଦଫା ୪୧୯ଓ ୪୨୦ ରେ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଥିଲେ।ଦଫା ୪୧୯ ରେ ଦୋଷୀ ସାବ୍ୟସ୍ତ ହୋଇନଥିବା ବେଳେ ଦଫା୪୨୦ ରେ ଅଭିଯୁକ୍ତ ସତିଶ ଦୋଷୀ ସାବ୍ୟସ୍ତ ହୋଇଥିଲା।ସରକାର ଙ୍କ ତରଫରୁ ଏହି କେସ କୁ ସହକାରୀ ସରକାରୀ ଓକିଲ ପ୍ରକାଶ କୁମାର ଦାସ ଓ ସତ୍ୟ ନାରାୟଣ ଜୈନ୍ ପରିଚାଳନା କରିଥିଲେ।