ହରଭଙ୍ଗା :୨୧/୧୨ (ଚିତ୍ତରଞ୍ଜନ ସିଂହ)ସ୍ତାନୀୟ ଆଞ୍ଚଳିକ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ(IYDP) ମହାସମାରୋହରେ ରଙ୍ଗା ରଙ୍ଗ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଶ୍ରୀଯୁକ୍ତ ହିମାଂଶୁ ଶେଖର ରାଉତ ଏହି କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷତା କରିଥିଲେ। ଉକ୍ତ କାର୍ଯ କ୍ରମରେ ଓଡ଼ିଶା ସରକାରଙ୍କର ବରିଷ୍ଠ ମନ୍ତ୍ରୀ ତଥା ସ୍ଥାନୀୟ ବିଧୟକ ମାନ୍ୟବର ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଉପସ୍ଥିତ ଛାତ୍ର ଛାତ୍ରୀ ଓ ଜନସାଧାଣଙ୍କୁ ସମାଜ ଗଠନରେ ଯୁବଶକ୍ତି ଆଗେଇ ଆସି ନୂଆଁ ଓଡ଼ିଶା ଗଠନ କରିବାକୁ ଉଦବୋଧନ ଦେଇଥିଲେ।
ଏତଦ୍ ବ୍ୟତୀତ ଉକ୍ତ କାର୍ଯ୍ୟ କର୍ମରେ ହାରଭଙ୍ଗା ଗ୍ରାମ ପଞ୍ଚୟତର ପୂର୍ବତନ ସରପଞ୍ଚ ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଦସ୍ୟ ସୁବୋଧ ପ୍ରଧାନ, ସ୍ଥାନୀୟ ବରିଷ୍ଠ ନାଗରିକ ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ,ହରଭଙ୍ଗା,ସଙ୍କୁଲୋଇ ଗ୍ରାମପଞ୍ଚାୟତର ସରପଞ୍ଚ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମର ନୋଡାଲ ଅଫିସର ଅଧ୍ୟାପକ ମନୋଜ କୁମାର ପ୍ରହରାଜ ଉପସ୍ଥିତ ଥିଲେ।ପ୍ରାରମ୍ଭରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ହିମାଂଶୁ ଶେଖର ରାଉତ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମର ବିବରଣୀ ପାଠ କରିଥିଲେ।
ବରିଷ୍ଠ ଅଧ୍ୟାପକ ସୁଦାମ ଚରଣ ପୁଷ୍ଟି ମଞ୍ଚ ପରିଚାଳନା କରିଥିଲେ ଉକ୍ତ କାର୍ଯକ୍ରମରେ କଲେଜ ର ସମସ୍ତ ଛାତ୍ରଛାତ୍ରୀ ସମେତ ସମସ୍ତ କର୍ମଚରୀ ଯୋଗଦାନ କରିଥିଲେ। ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ଵାରା କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଟ୍ରଫି,ପୁରସ୍କାର,ମେଡାଲ, ମାନପତ୍ର ବିତରଣ କରିଥିଲେ। ଅଧ୍ୟାପିକା ସସ୍ମିତା ଧନ୍ୟବାଦ ଅର୍ପଣ କରିଥିଲେ। ପରିଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ରଙ୍ଗା ରଙ୍ଗ ପରିବେଶ ମଧ୍ୟରେ ସମ୍ବଲପୁରୀ ନୃତ୍ୟ, ଲୋକ ନୃତ୍ୟ ସଙ୍ଗୀତ ପ୍ରଭୃତି ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ସମସ୍ତ ଙ୍କୁ ଆକର୍ଷିତ କରିଥିଲେ।