ଟିଟିଲାଗଡ଼ : (ସଞ୍ଜୟ କୁମାର ନାୟକ)ଯକ୍ଷ୍ମା ରୋଗର ନିରାକରଣ ପାଇଁ ଲୋକଙ୍କୁ ସଚେତନ କରିବା ସହ ମାଗଣାରେ ଔଷଧ ଯୋଗାନ୍ତି ସରକାର କିନ୍ତୁ ଟିଟିଲାଗଡ଼ ଅଞ୍ଚଳରେ କିଛି ମାସ ହେଲା ଯକ୍ଷ୍ମା ରୋଗି ମାନଙ୍କୁ ଠିକ୍ ସମୟରେ ଔଷଧ ମିଳୁନଥିବା ଅଭିଯୋଗ ହୋଇ ଆସୁଥିଲା। ଏହି ପ୍ରସଙ୍ଗରେ ଗତ ତାରିଖ ୨.୧୨.୨୩ ଦିନ ଅନୁଷ୍ଠିତ ହୋଇଥିବା ଟିଟିଲାଗଡ଼ ସମିତି ବୈଠକ ରେ ମଧ୍ୟ ଜନପ୍ରତିନିଧି ମାନେ ଡାକ୍ତର କିସାନଙ୍କୁ ଜଣାଇଥିଲେ ଓ କହିଥିଲେ ଯେ ଯଦି ମେଡିକାଲରେ ମାଗଣା ଔଷଧ ମିଳୁ ନ ଥିବା ବେଳେ ଟଙ୍କା ଦେଲେ ଔଷଧ ମିଳୁଥିବା କଥା କହିଥିଲେ।

ଯଦି ଏଭଳି କିଛି ଅଭିଯୋଗ ହେଲେ ମତେ ଜଣାଇଲେ ମୁ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ ପ୍ରତିଶ୍ରୁତି ଦେଇଥିଲେ। ଗତ ୧୫.୧୨.୨୦୨୩ ତାରିଖ ଦିନ ଉଦେପୂର୍ ଗ୍ରାମର ଯକ୍ଷ୍ମା ରୋଗୀ ମୁରଲୀ ଭୋଇଙ୍କ ପୁଅ ରାକେଶ ଭୋଇ ଶୀହିନି ସରପଞ୍ଚ ବୀରବର ସାହୁଙ୍କୁ ଫୋନ ଯୋଗେ ଯକ୍ଷ୍ମା ରୋଗର ଔଷଧ ପାଇଁ ୧୫୦୦ ଟଙ୍କା ଦରକାର ଅଛି କହିଥିଲେ ଓ ଫ୍ରି ମେଡିସିନଙ୍କୁ ସେ ଗତ ତିନି ମାସ ହେଲା ୧୫୦୦  ଟଙ୍କା ଦେଇ ପ୍ରତ୍ୟେକ ମାସ ନେଉଛନ୍ତି ବୋଲି ଜଣାଇଥିଲେ ଓ ସରକାରୀ ମେଡିକାଲ ରେ ଯକ୍ଷ୍ମା ବିଭାଗରେ କାର୍ଯ୍ୟରତ ଜଣେ କର୍ମଚାରୀ ଏହି ଔଷଧ ପାଇଁ ତାଙ୍କ ଠାରୁ ଏହି ଟଙ୍କା ନେଉଥିବା କହିଥିଲେ।

ଏହା ଜାଣିବା ପରେ ସରପଞ୍ଚ ଶ୍ରୀ ବୀରବର ସାହୁ ଖୋଲାନ ଡାକ୍ତର ଶ୍ରୀ କିଶାନଙ୍କୁ ଏବିଷୟରେ ଅବଗତ କରାଇଥିଲେ। ଡ କିସାନ ନିଯେ ଉଦେପୁର
ର ଯକ୍ଷ୍ମା ରୋଗୀ ମୁରଲୀ ଭୋଇ ଓ ଦେସିଲ ରାଜକିଶୋର ଭୋଇ ଘରକୁ ଯାଇ ତଦନ୍ତ କରିସିଡିଏମଓ ବଲାଙ୍ଗୀରଙ୍କୁ ଚିଠି ମାଧ୍ୟମରେ ଜଣାଇ କାର୍ଯ୍ୟନୁଷ୍ଠାନ ପାଇଁ ଚିଠି ନ ୭୩୯ ତା ୧୮.୧୨.୨୦୨୩ ଦିନ ଲେଖିଛନ୍ତି ବୋଲି ଶ୍ରୀ ବୀରବର ସାହୁ ସୂଚନା ଦେଇଛନ୍ତି । ଏଭଳି କର୍ମଚାରୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସରପଞ୍ଚ ମହାସଂଘ ବଲାଙ୍ଗୀର ସଭାପତି ବୀରବର ସାହୁ ଦାବି କରିଛନ୍ତି।