ବୌଦ୍ଧ: (ଚିତ୍ତରଞ୍ଜନ ସିଂ) ବୌଦ୍ଧ ବ୍ଲକ୍ ଜନ୍ହାପଙ୍କ ସ୍ଥିତ ଗନ୍ଧରାଡ଼ି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଗତ ୪ ତାରିଖରୁ ଆରମ୍ଭ ହୋଇ ଥିବା ନୁଆ ଓ ଯୁବ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଗୁରୁବାର ଉଦଯାପିତ ହୋଇ ଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ପଞ୍ଚାୟତିରାଜ ଜଙ୍ଗଲ ଓ ପରିବେଶ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍ ସମ୍ମାନୀତ ଅତିଥି ଭାବରେ ଜିଲ୍ଲାପାଳ ନୃସିହ ଚରଣ ସ୍ୱାଇଁ, ବୌଦ୍ଧ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ଜିଲ୍ଲା ପରିଷଦ ସଦସ୍ୟା କଳ୍ପନା ରାଣୀ ସାହୁ, ଲକ୍ଷ୍ମୀପ୍ରସାଦ ସରପଞ୍ଚ ଶ୍ରୀମତୀ ଭାରତୀ ପୁରୋହିତ, ବରିଷ୍ଠ ଆଇନଜୀବି ଅଶୋକ କୁମାର ସାହୁ, ନୋଡାଲ ଅଫିସର ଅଧ୍ୟାପକ ଧ୍ରୁବ ଚରଣ ପାଣିଗ୍ରାହୀ ମଞ୍ଚାସୀନ ଥିଲେ ।

ଅଧ୍ୟକ୍ଷ ପ୍ରଭାତ କୁମାର ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ କାର୍ଯ୍ୟକ୍ରମରେ ଆଧ୍ୟପକ ଅଶୋକ କୁମାର ପାଣ୍ଡିଆ ସ୍ୱାଗତ ଭାଷଣ ଓ ମଞ୍ଚ ପରିଚାଳନା କରିଥିଲେ। ଅତିଥି ମାନେ ସରକାରଂକ ନୁଆ ଓ’ ଯୁବ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସମ୍ପର୍କରେ ନିଜ ନିଜର ଅଭିଭାଷଣରେ ପ୍ରକାଶ କରିଥିଲେ । ଏହା ପରେ ଚାମ୍ପିଅନ ବାଳକ ବିଭାଗରେ ଆଶିଷ ବାରିକ ଓ ବାଳିକା ବିଭାଗରେ ମନିଷା ଦନ।ୟକ ଓ ବିଭିନ୍ନ ବିଭାଗରେ କୃତୀ ପ୍ରତିଯୋଗୀଙ୍କୁ ଅତିଥି ମାନେ ଟ୍ରଫି, ମେଡାଲ ଓ ପ୍ରମାଣ ପତ୍ର ଦେଇ ପୁରସ୍କୃତ କରିଥିଲେ। ଶେଷରେ ଅଧ୍ୟାପିକା ସୁଶ୍ରୀ ଲିପାର।ଣି ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଉଦଯାପନୀ ସଭା ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଅଧ୍ୟାପକ ଅଧ୍ୟାପିକା ଓ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।