ଧର୍ମଗଡ଼: (ହେମନ୍ତ କୁମାର ମାଝୀ)ଦୀର୍ଘ ୪୨୦ ବର୍ଷ ଧରି ଏକ ତମ୍ବୁ ରେ ପୂଜା ପାଉଥିବା ପ୍ରଭୁ ରାମଚନ୍ଦ୍ର ଆସନ୍ତା ୨୦୨୪ ଜାନୁୟାରୀ ୨୨ ତାରିଖ ଦିନ ତାଙ୍କ ନବ ନିର୍ମିତ ଅଯୋଧ୍ୟା ମନ୍ଦିରକୁ ବିଜେ କରିବେ ଓ ଆମେ ସମସ୍ତେ ସେହି ଦିନ ଘରେ ଘରେ ଦିପାବଳୀ ପାଳନ କରିବା ବୋଲି ପ୍ରବଚକ ଆଶିର୍ବାଦ ଜୀ ମହାରାଜ ଦିବ୍ୟ ପ୍ରବଚନ ଅବସରରେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।ଧର୍ମଗଡ ବସ୍ତିପଡ଼ା ଠାରେ ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ଙ୍କ ପଞ୍ଚଦିନାତ୍ମକ ପୁଜନୋତ୍ସବ ମାଣ ବସା ଗୁରୁବାର ଦିନ ଉଦଯାପିତ ହୋଇଯାଇଛି।
ପ୍ରତ୍ୟହ ସନ୍ଧ୍ୟାରେ କଟକ ର ବିଶିଷ୍ଟ ପ୍ରବଚକ ଆଶୀର୍ବାଦ ଜୀ ମହାରାଜ ପ୍ରବଚନ ଦେଇଥିଲେ।ଜଗନ୍ନାଥ କଥାମୃତ ଙ୍କ ଉପରେ ଦିବ୍ୟ ପ୍ରବଚନ ଅଗଣିତ ଭକ୍ତ ମାନଙ୍କୁ ବାନ୍ଧି ରଖିଥିଲା। ବିଶ୍ଵାବସୁ ଙ୍କ ଠାରୁ ଆରମ୍ଭ କରି ବିଦ୍ୟାପତି ଓ ଇନ୍ଦ୍ରଦ୍ୟୁମ୍ନ ରାଜା ତଥା ଶ୍ରୀ ଜଗନ୍ନାଥଙ୍କ ମାହାତ୍ମ୍ୟ ଓ ଶ୍ରୀ ମନ୍ଦିର ର ରହସ୍ୟ ଉପରେ ତାଙ୍କର ଦିବ୍ୟ ପ୍ରବଚନ ପାଞ୍ଚଦିନ ଧରି ଭକ୍ତ ମାନେ ଶ୍ରବଣ କରିଥଲେ।
ଆସନ୍ତା ଜାନୁୟାରୀ ୨୨ ତାରିଖ ଦିନ ଅଯୋଧ୍ୟା ରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ମନ୍ଦିର ଲୋକାର୍ପତ ହେବ। ଦୀର୍ଘ ୪୨୦ ବର୍ଷ ଧରି ପ୍ରଭୁ ରାମଚନ୍ଦ୍ର ଏକ ତମ୍ବୁ ରେ ରହିବା ପରେ ଜାନୁୟାରୀ ୨୨ ତାରିଖ ଦିନ ତାଙ୍କ ମନ୍ଦିରକୁ ବିଜେ କରିବେ ତାହା ଆମ ଭାରତୀୟ ଓ ସନାତନି ମାନଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ।
୧୪ ବର୍ଷ ବନବାସରୁ ଫେରିବା ପରେ ଶ୍ରୀରାମଚନ୍ଦ୍ର ପାଇଁ ଅଯୋଧ୍ୟା ବାସି ତାଙ୍କର ଯେପରି ଦୀପାବଳି ପାଳନ କରିଥଲେ ସେହିପରି ସେହିଦିନ ଜଗତ କଲ୍ୟାଣ ପାଇଁ ଆମେମାନେ ମଧ୍ୟ ପ୍ରତ୍ୟେକ ଙ୍କ ଘରେ ପାଞ୍ଚଟି ଦୀପ ପ୍ରଜ୍ବଳନ କରି ଶ୍ରୀ ରାମ ଲାଲା ଙ୍କୁ ସ୍ୱାଗତ କରି ଦୀପାବଳୀ ପାଳନ କରିବା ବୋଲି ଆଶିର୍ବାଦ ଜୀ ମହାରାଜ ସମସ୍ତଙ୍କୁ ଅନୁରୋଧ କରିଥଲେ।ସୂଚନାଯୋଗ୍ୟ ଯେ, ଗତ ୩୦ ବର୍ଷ ଧରି ଧର୍ମଗଡ ବସ୍ତିପଡ଼ା ରେ ମହାଲକ୍ଷ୍ମୀ ଙ୍କ ପୁଜନୋତ୍ସବ ଅନୁଷ୍ଠିତ ହୋଇ ଆସୁଛି। ଚଳିତ ବର୍ଷ ପଣ୍ଡିତ ଶଙ୍କର ପ୍ରସାଦ ପଣ୍ଡା ପୂଜକ ରହିଥିବା ବେଳେ ଶ୍ରୀଯୁକ୍ତ ଚନ୍ଦ୍ରଧ୍ଵଜ୍ ନାଏକ ଓ ତାଙ୍କର ଧର୍ମପତ୍ନୀ ଶ୍ରୀମତୀ ଜୟନ୍ତି ନାଏକ ତୁଲାଇଥିଲେ। କମିଟି ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।