ହରଭଙ୍ଗା : (ଚିତ୍ତରଞ୍ଜନ ସିଂହ)ନୂଆ ବର୍ଷ କୁ ନେଇ ସବୁ ଆଡେ ବଣଭୋଜିର ଅସରl ଜମିବାରେ ଲାଗିଲାଣି l ବଣ ଭୋଜି ପାଇଁ ବୌଦ୍ଧ ଜିଲ୍ଲା ର ହରଭଙ୍ଗା ବ୍ଲକ ରାମଗଡ଼ ଜଗନ୍ନାଥ ବନ ପ୍ରକଳ୍ପ ପ୍ରମୁଖ ସ୍ଥଳୀ ପାଲିଟି ଥିବା ବେଳେ ଆକୃଷ୍ଟ କରୁଛି ବଣଭୋଜି ପାଇଁ ପର୍ଯ୍ୟଟକ ଙ୍କୁ!ପୁରୀ ଗଜପତି ରାଜା ଦିବ୍ୟ ସିଂ ଦେଓ ୨୦୦୧ ମସିହାରେ ଉକ୍ତ ବନପ୍ରକଳ୍ପ ର ଶୁଭାରମ୍ଭ କରିଥିଲେ!ମହାନଦୀ ର ସ୍ୱଚ୍ଛ ନିର୍ମଳ ଜଳରାଶି କୂଳେ କୂଳେ ଲମ୍ବି ଯାଇଛି ଏହି ପ୍ରକଳ୍ପ l ପ୍ରତି ବର୍ଷ ୪ ମାସ ଧରି ଏହି ପ୍ରକଳ୍ପ ରେ ବଣ ଭୋଜିର ଅlସର ଜମି ରହିଥାଏ, ଜିଲ୍ଲା ତଥା ଜିଲ୍ଲା ବାହାର ଅନଗୁଳ, ଫୁଲବାଣୀ, ନୟାଗଡ଼, ସୋନପୁର ସମ୍ବଲପୁର ଆଦି ଜିଲ୍ଲା ରୁ ନଭେମ୍ବର ମାସରୁ ଫେବୃୟାରୀ ମାସ ପର୍ଯ୍ୟନ୍ତ ବଣଭୋଜି ପାଇଁ ପର୍ଯ୍ୟଟକ ମାନ ଙ୍କର ସୁଅ ଛୁଟିଥାଏ!
ଗତ ମାସରେ ବୌଦ୍ଧ ଜିଲ୍ଲା ର ରାମଗଡ, ଵଲାସିଙ୍ଗା, କୁରାଳୀ କୁଦ କୁ ବଣ ଭୋଜି ସ୍ଥଳ ଭାବେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପ୍ଲାଷ୍ଟକ ମୁକ୍ତ ଅଂଚଳ ଭାବେ ମାନ୍ୟତା ଦେଇଥିବା ବେଳେ ବଣ ଭୋଜି ଓ ପର୍ଯ୍ୟଟକ ମାନଙ୍କ ପାଇଁ ବିଶେଷ ଭାବେ ସୁବ୍ୟବସ୍ଥା ହୋଇନଥିବା ଦେଖିବାକୁ ମିଳିଛି !ଯାହାକି ଆଗାମୀ ଦିନରେ ବଣ ଭୋଜି ପିଣ୍ଡି, ଆବର୍ଜନା କୁଣ୍ଡ, ମଣ୍ଡପ, ସିମେଣ୍ଟ ଚେୟାର, ନଳକୂପ,ତିଆରି କରିବା ସହ ପ୍ଲାଷ୍ଟିକ ବର୍ଜନ ପାଇଁପ୍ରକଳ୍ପ ର ବିଭିନ୍ନ ସ୍ଥାନରେ ସଚେତନତା ବାର୍ତ୍ତା ଫଳକ ଓ ଉକ୍ତ ବଣ ଭୋଜି ପ୍ରକଳ୍ପ ଜିଲ୍ଲା ର ବିଭିନ୍ନ ଜନଗହଳି ସ୍ଥାନରେ ସଂକେତ ଦେବା ନେଇ ଜର୍ଣ୍ଣାଲିଷ୍ଟ ଆସୋସେସନ ହରଭଙ୍ଗା ବ୍ଲକ ଜିଲ୍ଲା ପାଳ ଙ୍କୁ ଭେଟିବା ପାଇଁ ଆସୋସେସନ ପକ୍ଷରୁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି l