ହରଭଙ୍ଗା : (ଚିତ୍ତରଞ୍ଜନ ସିଂହ)ସାଧୁଚରଣ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବିରନରସିଂହପୁର ର ପ୍ରଥମ ବାର୍ଷିକ ଉତ୍ସବ ସଭାପତି ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦେରା କୁଜୁରୁ ଙ୍କ ସଭାପତିତ୍ୱ ରେ ହାଇସ୍କୁଲ ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି l ତତ ସହିତ ଓଡିଶା ସରକାରଙ୍କ ନୂଆ ଓଡିଶା ଯୁବ ଓଡିଶା -ନବୀନ ଓଡ଼ିଶାର ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥିଭାବେ ରାଜ୍ୟ ସରକାର ଙ୍କ ଜଙ୍ଗଲ ପରିବେଶ, ପାନୀୟଜଳ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ,୭ ନଂ ଜୋନ ଜିଲ୍ଲା ପରିଷଦ ବିଶ୍ୱଜିତ ମିଶ୍ର, ବିଦ୍ୟାଳୟ ର ଅଧକ୍ଷ ଓମ ପ୍ରକାଶ ପ୍ରଧାନ ଉପସ୍ଥିତ ରହିଥିଲେ l

ମଞ୍ଚ କାର୍ଯ୍ୟକ୍ରମ ପରେ ବିଭିନ୍ନ ବିଭାଗ ର ପ୍ରତିଯୋଗିତା ରେ କୃତିତ୍ୱ ଅର୍ଜନ କରିଥିବା ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କୁ ମାନପତ୍ର, ଟ୍ରଫି ଦେଇ ପୁରସ୍କୃତ କରାଯାଇଥିବା ସହିତ ଅବସର ପ୍ରାପ୍ତ ବିକ୍ଷାବିତ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ର ମୁଖ୍ୟ ଉଦେଶ୍ୟ ଛାତ୍ର ଛାତ୍ରୀ ଙ୍କ ମାନସିକ ଦକ୍ଷତା ବୃଦ୍ଧି , କର୍ମ ନିୟୋଜିତ ର ସୁଯୋଗ,ଉନ୍ନତି ଗୁଣ ମନତା ଶିକ୍ଷା ସହିତ ଉତ୍ତମ ମାନବ ସମାଜ ଗଠନ ର ମୂଳ ଲକ୍ଷ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ମତ ରଖିଥିଲେ l

ଅଧ୍ୟାପକ ମେଘନାଦ ମହାକୁଡ଼ ଧନ୍ୟବାଦ ଅର୍ପଣ କରିଥିଲେ lପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଜାତୀୟ ସଂଗୀତ ଗାନ ସହିତ, ଓଡିଆ, ହିନ୍ଦୀ ନୃତ୍ୟ ଗୀତ ସହିତ ସମ୍ବଲପୁରୀ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ଦର୍ଶକ ଙ୍କୁ ମୋହିତ କରିଥିଲା l ଉକ୍ତ ସମସ୍ତ କାର୍ଯ୍ୟକ୍ରମ ରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ମାନେ ସଂପୂର୍ଣ୍ଣ ମାତ୍ରାରେ ସହଯୋଗ କରିଥିଲେ l