ଧର୍ମଗଡ଼: ( ହେମନ୍ତ କୁମାର ମାଝୀ)ଜୁନାଗଡ଼ ଟାଉନ ହଲ ଠାରେ ଭାରତୀୟ ଜନତା ପାର୍ଟି ଧର୍ମଗତ ନିର୍ବାଚନ ମଣ୍ଡଳୀ ଓ ଜୁନାଗଡ଼ ନିର୍ବାଚନ ଏଵଂ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀର ଜୟପାଟଣା ଵ୍ଳକ ର ବିଧାନସଭା ସ୍ତରୀୟ ସାଂଗଠନିକ ବୈଠକ ଜିଲ୍ଲା ସଭାପତି ଆର୍ତ୍ତତ୍ରାଣ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଟିତ ହୋଇଯାଇଛି।

ଏହି ବୈଠକରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, କଳାହାଣ୍ଡି ପ୍ରଭାରୀ ରମେଶ ସାହୁ କେନ୍ଦ୍ରୀୟ ସଦସ୍ୟ ଧନଞ୍ଜୟ ପାତ୍ର, ସୋନପୁର ପ୍ରଭାରୀ ଭଵେଦ୍ର ପଣ୍ଡା, ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋଜ ମେହେର ଓ ରମେଶ ମାଝୀ , ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ , ଜିଲ୍ଲା ସାଧାରଣ ସମ୍ପାଦକ ସୁଧୀର ରଞ୍ଜନ ପାଟଯୋଷୀ ମଞ୍ଚାସିନ ଥିବା ବେଳେ ମଞ୍ଚ ପରିଚାନା ଜିଲ୍ଲା ସାଧାରଣ ସମ୍ପାଦକ ସୁଧୀର ରଞ୍ଜନ ପାଟଯୋଷୀ ପରିଚାଳନା କରିଥିବାବେଳେ ତିନି ଗୋଟି ନିର୍ବାଚନ ମଣ୍ଡଳୀରୁ ଆସିଥିବା ପାଟି କାର୍ଯ୍ୟ କର୍ତ୍ତା ମାନଙ୍କୁ କଳାହାଣ୍ଡି ଜିଲ୍ଲା ପ୍ରଭାରୀ ଶ୍ରୀ ସାହୁ ଆଉ ଅଳ୍ପ ଦିନ ରେ ଆମେ ନିର୍ବାଚନ ଲଢ଼ିବାକୁ ଯାଉଛେ

ଏଣୁ ସମସ୍ତ କାର୍ଯ୍ୟ କର୍ତ୍ତା କୁ ନିଜ ନିଜ ଵୁଥ କୁ ସୁଦୃଢ କରିବା ସହିତ କେନ୍ଦ୍ର ଶାସନ କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଭାଇ ମୋଦୀଙ୍କ ହାତମୁଠାକୁ ଟାଣ କରିଵା ପାଇଁ ଗୁରୁମନ୍ତ୍ର ଦେଇଥିଲେ ସେହି ପରି କଳାହାଣ୍ଡି ଜସସୀ ସାଂସଦ ବସନ୍ତ ପଣ୍ଡା ମଧ୍ୟ ପୁଣି କେନ୍ଦ୍ର ରେ ନରେନ୍ଦ୍ର ଭାଇ ମୋଦୀଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ ଆସନ ରେ ବସାଇବା ସେଥିପାଇଁ ଆଜି ଠାରୁ ନିଜ ନିଜ ଵୁଥ କୁ ସୁଦୃଢ କରିବା ପାଇଁ କାର୍ଯ୍ୟ କର୍ତ୍ତା ଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ଉକ୍ତ ବୈଠକର ମଞ୍ଚରେ ମଞ୍ଚାସିନ ଥିବା ସମସ୍ତ ପଦାଧିକାରୀ ଓ ତିନୋଟି ନିର୍ବାଚନ ମଣ୍ଡଳୀର କାର୍ଯ୍ୟ କର୍ତ୍ତା ଙ୍କୁ ଜିଲ୍ଲା ସଂପାଦକ ଗୋଦାବରୀଶ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।