କଣ୍ଟାମାଳ: (ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା ବୌଦ୍ଧ ବ୍ଲକ ବାଉଁଶୁଣି ପଞ୍ଚାୟତର ସଭାଗୃହଠାରେ ସାମ୍ବାଦିକ ସଂଘ, କଣ୍ଟାମାଳ (ସାସକ)ର ଏକ ବୈଠକ ବରିଷ୍ଠ ସାମ୍ବାଦିକ ବୈଦ୍ୟନାଥ ହୋତାଙ୍କ ଆବାହକତ୍ୱ ଓ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ସଂଘର ପ୍ରତିଷ୍ଠାତା ସଭ୍ୟ ମୁକେଶ ପାଢ଼ୀ ସଂଘର ଆୟ ବ୍ୟୟ ଉପସ୍ଥାପନ କରିଥିଲେ ଏବଂ ସଂଘକୁ ଅଧିକ ମଜଭୁତ କରିବାକୁ କେତେକ ବିନ୍ଦୁ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ।

ଆଗାମୀ ଦିନରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଏହି ସଂଘ ତରଫରୁ ସ୍ବାସ୍ଥ୍ୟ ଶିବିର, ରକ୍ତଦାନ ଶିବିର, ଶୀତ ବସ୍ତ୍ର ବଣ୍ଟନ ସହିତ ଅନେକ ଜନହିତ ବିକାଶ ମୂଳକ ଜନହିତକର କାମ କରିବାକୁ ବରିଷ୍ଠ ସାମ୍ବାଦିକ ଭାର୍ଜନ ପ୍ରଧାନଙ୍କ ପ୍ରସ୍ତାବ କୁ ସର୍ବସମ୍ମତି କ୍ରମେ ଗୃହୀତ କରାଯାଇଥିଲା। କେତେକ ବ୍ୟକ୍ତିଗତ କାରଣରୁ ଅନେକ ସଦସ୍ୟ ଆଜିର ବୈଠକରେ ଯୋଗ ଦେଇ ପାରି ନ’ ଥିବାରୁ ଆଗାମୀ ବୈଠକ ଆସନ୍ତା ଡିସେମ୍ବର ମାସ ୩୧  ତାରିଖରେ ପର୍ଯ୍ୟଟନ ସ୍ଥଳୀ ଖଣ୍ଡିକନପାଠାରେ କରାଯିବାକୁ ବରିଷ୍ଠ ସୀତାକାନ୍ତ ସିଂ ଙ୍କ ପ୍ରସ୍ତାବ ଦେଇଥିଵା ପ୍ରସ୍ତାବକୁ ସଂଘରେ ଗୃହୀତ କରାଯାଇଥିଲା

ଉକ୍ତ ବୈଠକରେ ସଂଘର ନୂତନ କର୍ମକର୍ତ୍ତା ମନୋନୟନ କରାଯିବାକୁ ସ୍ଥିର କରାଯାଇଛି।ଆଜିର ବୈଠକରେ ଉପସ୍ଥିତ ଅନ୍ୟତମ ସଭ୍ୟ ସରୋଜ କୁମାର ତ୍ରିପାଠୀ, ମନୋଜ କୁମାର ତ୍ରିପାଠୀ, ସୁଶାନ୍ତ ଘଡେ଼ଇ, ଶେଷଦେବ ଦାସ, ବାସୁଦେବ ଶାଣ୍ଢ, ଅକ୍ରୁର ସାହୁ, ପ୍ରମୁଖ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରି ଅନେକ ଗଠନ ମୂଳକ ମୂଲ୍ୟବାନ ଓ ସୁଚିନ୍ତିତ ମତାମତ ଦେଇଥିଲେ।