କଳାହାଣ୍ଡି: (ନରେନ୍ଦ୍ର ନେଗୀ)ଓଡ଼ିଶାର ସର୍ବବୃହତ ଆଞ୍ଚଳିକ ଦଳ ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ ଅବସରରେ ଭବାନୀପାଟଣା ପୌରପାଳିକା ପୌରାଧ୍ୟକ୍ଷା ସଂଯୁକ୍ତା ବେହେରାଙ୍କ ନେତୃତ୍ୱରେ ଆଜି ଭବାନୀପାଟଣା ଠାରେ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳନ କରାଯାଇଛି l ସକାଳୁ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟାର୍ପଣ କରାଯାଇ,ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ,ଭବାନୀପାଟଣା ଠାରେ ଓଡିଶା -ମୋ ପରିବାର ଆନୁକୂଲ୍ୟରେ ଶିଶୁ ଏବଂ ପ୍ରସୂତି ବିଭାଗରେ ରୋଗୀଙ୍କୁ ଫଳବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା ଏବଂ ଭବାନୀପାଟଣା ମୁନିସିପାଲିଟି ଉଚ୍ଚ ବିଦ୍ୟାଳୟ ଠାରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା l

ଏହି ଅବସରରେ ରାଜ୍ୟସଭା ସାଂସଦ ସୁଜିତ କୁମାର,ସାଧାରଣ ସଂପାଦକ ଭଵାନୀ ଶଙ୍କର ମିଶ୍ର,ପୂର୍ବତନ ବିଧାୟକ ଅନାମ ନାଏକ,ଦୁଷ୍ମନ୍ତ ନାଏକ,ନବୀନ ଓଡିଶା ଭବାନୀପାଟଣା ଏବଂ ଧର୍ମଗଡ଼ ଉପଖଣ୍ଡ ସ୍ତରୀୟ ସଂଯୋଜକ ବଦ୍ରି ପଟ୍ଟନାୟକ, ଆଦିତ୍ୟ ନନ୍ଦ,ପୌର ଉପାଧ୍ୟକ୍ଷ ବିଷ୍ଣୁ ପ୍ରଧାନ,ପୂର୍ବତନ ନଗରପାଳିକା ଲଳିତା ନାଏକ,ପୂର୍ବତନ ପୌର ଉପାଧ୍ୟକ୍ଷ ସବିତା ପ୍ରଧାନ, ଚିତ୍ତରଞ୍ଜନ ମଣ୍ଡଳ,ରାଜ୍ୟ ବରିଷ୍ଠ ଉପସଭାପତି ମଣ୍ଟୁ ନାଏକ,ଜିଲ୍ଲା ଉପସଭାପତି ସାମନ୍ତ ଖମାରୀ, ଅଶେଶ୍ୱର ବାଗ,ସହର ସଭାପତି ଧବଳେଶ୍ୱର ମହାପାତ୍ର, ଟାଉନ ଯୁବ ସଭାପତି ପୀତବାସ ବେହେରା,ସେନାପତି ନାଏକ,ରାଜୀବ ଶତପଥି,ଉଦୀଆ ସୁନାନୀ, ପ୍ରଶାନ୍ତ ନାଏକ,ଚକ୍ରଧର ସେଠି,ବୀଣାପାଣି ସେଠି,ଓଡିଶା ମୋ ପରିବାର ସହାୟକ ହିମାଂଶୁ ନାଏକ, ଜୀବନବିନ୍ଦୁ ଜିଲ୍ଲା ସଂଯୋଜକ ଅମିତ ଯାଦବ,ସମିତା ନାଏକ, ମମତା ଦାସ,ହାରାମଣି ଗଣ୍ଡ,କ୍ଷୀରସିନ୍ଧୁ ନାଏକ, ଗିରିଜା ଗହୀର, ପ୍ରଶାନ୍ତ ଠାକୁର, ମଞ୍ଜୁଶ୍ରୀ ନାଏକ,

ପ୍ରଭାତୀ ମହାରଣା,ଅନ୍ୟ ପାରିଷଦ ବୃନ୍ଦ ତଥା ବିଜୁ ଜନତା ଦଳର ଜିଲ୍ଲା ତଥା ରାଜ୍ୟ ସ୍ତରୀୟ ପଦାଧିକାରୀ, ଯୁବ, ମହିଳା, ଛାତ୍ର ଜନତା ଦଳର କର୍ମକର୍ତା ଏବଂ ସ୍ୱୟଂ ସହାୟକ ଗୋଷ୍ଠି ମହିଳା ଉପସ୍ଥିତ ରହି ବିଜୁ ଜନତା ଦଳ ପ୍ରତିଷ୍ଠା ଦିବସରେ ପ୍ରଗତିପୁରୁଷ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଜନତାର ସେବାରେ ସର୍ବଦା ନିୟୋଜିତ ରହି କଳାହାଣ୍ଡି କୁ ଏକ ସମୃଦ୍ଧ ଓ ବିକଶିତ ଜିଲ୍ଲା ରେ ପରିଣତ କରି, ନାରୀ ସଶକ୍ତିକରଣ ଦିଗରେ ଆଗେଇ ନେବେ ବୋଲି ସଂକଳ୍ପ ହୋଇଥିଲେ l ୨୭ତମ ପ୍ରତିଷ୍ଠା ଦିବସ ଅବସରରେ ବିଜୁ ଜନତା ଦଳ, କଳାହାଣ୍ଡି ଦ୍ୱାରା ତା.୨୫.୧୨.୨୦୨୩ ଦିନ ଜିଲ୍ଲା ମୁଖ୍ୟ ସିକିତ୍ସାଳୟ ଠାରେ ମୋ ପରିବାର ଏବଂ ଜୀବନ ବିନ୍ଦୁ ଆନୁକୂଲ୍ୟରେ ରେ ଏକ ରକ୍ତଦାନ ଶିବିର ମଧ୍ୟ କରାଯଇଥିଲା