ହରଭଙ୍ଗା : (ଚିତ୍ତରଞ୍ଜନ ସିଂହ)ହରଭଙ୍ଗା ବ୍ଲକ୍ ତିଲେଶ୍ୱର ଲାଲ୍ ବାହାଦୁର ବିଦ୍ୟାପୀଠ ଖେଳ ପଡିଆ ଠାରେ ୨୦ ତମ ରାଜ୍ୟସ୍ତରୀୟ ତିଲେଶ୍ଵର କପ୍ ମଙ୍ଗଳବାର ଦ୍ୱିତୀୟ ଦିନ ରେ ପହଞ୍ଚିଛି । ଦ୍ୱିତୀୟ ଦିନ ଟୁର୍ନାମେଣ୍ଟ ରେ ସମ୍ବଲପୁର ମର୍ଣ୍ଣିଙ୍ଗ କ୍ଲବ ସହିତ ଖୋର୍ଦ୍ଧା ରଘୁନାଥ କ୍ଳବ ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ଖେଳ ଦର୍ଶକ ମନଭରି ଉପଭୋଗ କରିଥିଲେ l
ଏହି ଦ୍ୱିତୀୟ ଦିନ ମ୍ୟାଚ ରେ ମୁଖ୍ୟ ଅତିଥିଭାବେ ସମାଜସେବୀ ସୁବାସ ପ୍ରଧାନ, ସମ୍ମାନିତ ଅତିଥିଭାବେ ଏସ ବି ଆଇ ଶାଖ ପୁରୁଣାକଟକ ଶାଖା ପରିଚାଳକ ଆକାଶ ପ୍ରଧାନ , ବଜାର ଆସୋସେସନ କମିଟିର ସଭାପତି ଅର୍ଜୁନ ପ୍ରଧାନ, ଲୁଣିବାହାଲ ସେବାସମବାୟ ଲିଃ ର ସମ୍ପାଦକ ସଂଜୀବ ପ୍ରଧାନ, ତିଲେଶ୍ୱର ପଞ୍ଚାୟତ ନାଏବ ସରପଞ୍ଚ ରାଜେଶ୍ୱରୀ ପ୍ରଧାନ ଉପସ୍ଥିତ ରହି ଖେଳାଳି ମାନଙ୍କ ଉତ୍ସାହିତ କରିଥିଲେ l
ଖୋର୍ଦ୍ଧା ଦଳ ଘନ ଘନ ଆକ୍ରମଣ ଜାରି ରଖି ମଧ୍ୟlନ୍ତର ପୂର୍ବରୁ ଦଳର ୭ ନଂ ଜର୍ସି ଖେଳାଳି ପ୍ରଥମ ଗୋଲ ସ୍କୋର କରି ମ୍ୟାନ ଅଫ ଦି ମ୍ୟାଚ ରେ ପୁରସ୍କୃତ ହୋଇ ଆଜିର ମ୍ୟାଚ ରେ ଦଳକୁ ବିଜେତା କରି ସେମିଫାଇନାଲ ରେ ପହଞ୍ଚାଇ ଥିଲେ l ଆଜିର ଟୁର୍ନାମେଣ୍ଟ ରେ ମୁଖ୍ୟ ରେଫରି ଭାବେ ସେସଦେବ ବେହେରା, ଲାଇନ୍ସମ୍ୟାନ ଭାବେ ଶଲିଳ ବେହେରା, ପ୍ରତାପ ପ୍ରଧାନ ଖେଳକୁ ପରିଚାଳନା କରିଥିଲେ l ଆୟୋଜକ କମିଟିର ସମ୍ପାଦକ ଶୁଭ୍ରଜିତ ପ୍ରଧାନ, କୋଷାଧକ୍ଷ ନାରାୟଣ ମହାନ୍ତି, ବିକାଶ ମିଶ୍ର, ସିମୁନ ନାଏକ, ଚିକୁ ମହାନ୍ତି, ମିଟୁ ବେହେରା, ଙ୍କ ସମେତ ତିଲେଶ୍ୱର ବଜାର ଆସୋସେସନ ର ସମସ୍ତ କର୍ମକର୍ତ୍ତା ଖେଳରେ ସହଯୋଗ କରିଥିଲେ l