ଧର୍ମଗଡ଼: (ହେମନ୍ତ କୁମାର ମାଝୀ) କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଳକ ଅଧୀନସ୍ଥ କାଙ୍କେରୀ ରାଜସ୍ବ ନୀରିକ୍ଷକ ଙ୍କ କାର୍ଯ୍ୟାଳୟ ଭାରତୀୟ ଜନତା ପାର୍ଟି ତରଫରୁ ଟିପିଗୁଡା ମଣ୍ଡଳ ସଭାପତି ଵିଭୁଦତ୍ତ ପ୍ରଧାନୀ ଙ୍କ ନେତୃତ୍ୱରେ ଆଜି ଘୋରାଉ କରାଯାଇଥିଲା।
ଏହି ଘୋରାଉ କାର୍ଯ୍ୟକ୍ରମ ଜିଲ୍ଲା ସାଧାରଣ ସମ୍ପାଦକ ସୁଧୀର ରଞ୍ଜନ ପାଟଯୋଷୀ, ଜିଲ୍ଲା ଉପସଭାପତି ଲକ୍ଷ୍ମୀ କାନ୍ତ ବାଗ, ରାଜ୍ୟ କୃଷକ ମୋର୍ଚ୍ଚା ସ୍ଵତନ୍ତ୍ର ନିମନ୍ତ୍ରତ ଅତିଥି ଅପ୍ରେସ ସ୍ଵାଇଁ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ବିଜୟ ଦେବ ସାହୁ, ଜିଲ୍ଲା ଓଵିସି ଉପସଭାପତି ଟିକେ ରାମ ସା,ଟିପିଗୁଡା ମଣ୍ଡଳ ସାଧାରଣ ସମ୍ପାଦକ ଲଳିତ ଵାଗ ଓ ଜଗତ ରାମ ସାହୁ, ଓଵିସି ସଭାପତି ଗଜରାଜ ନାଏକ, କୃଷକ ମୋର୍ଚ୍ଚା ସଭାପତି ଧନଞ୍ଜୟ ଟୋଲଟିଆ, ଅଵସର ଦୁଇ ଆରମୀ ହୃଷୀକେଶ ପଟେଲ ଓ ବରୁଣ ପରାଭୋଏ , ସମେତ ବହୁ କାର୍ଯ୍ୟ କର୍ତ୍ତା ଉପସ୍ଥିତ ଥିଲେ।
ରାଜ୍ୟ ସରକାର ଧାନ ମଣ୍ଡି ରେ କୁଇଣ୍ଟାଲ ପ୍ରତି ପାଞ୍ଚ ରୁ ସାତ କିଲୋ ଧାନ କଟନି ଛଟନି କରୁଥିବା ବେଳେ ମଣ୍ଡି ରେ ଚାଷୀ ମାନଙ୍କୁ ପିଇବା ପାଣି ଠାରୁ ଆରମ୍ଭ କରି ଚାଷୀ ବିଭିନ୍ନ ଅସୁବିଧା ସମୁଖୀନ ହେଉଛନ୍ତି। କେନ୍ଦ୍ର ସରକାର କୋଟିକୋଟି ଟଙ୍କା ଦେଉଥିବାବେଳେ ରାଜ୍ୟ ସରକାର ମିଳସ ମାଲିକଙ୍କ ସହିତ ମିଶି ଟଙ୍କା କୁ ଆତ୍ମସାତ କରୁଥିବା ନେଇ ରାଜ୍ୟ ସରକାରଙ୍କ ଉପରେ ଏହି ଘୋରାଉ କାର୍ଯ୍ୟକ୍ରମ ରେ ସମସ୍ତ ଭାରତୀୟ ଜନତା ପାର୍ଟି ର କାର୍ଯ୍ୟକର୍ତ୍ତା ବର୍ଷିଛନ୍ତି ଏଵଂ ରାଜ୍ୟ ପାଳ ଙ୍କ ଉଦ୍ଦେଶ୍ୟରେ କାକେରୀ ରାଜସ୍ୱ ନିରୀକ୍ଷକ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ ।