ଧର୍ମଗଡ଼: (ହେମନ୍ତ କୁମାର ମାଝୀ)ଗତକାଲି ରାତ୍ରି ରେ ଜିଲ୍ଲା ଯୋଗାଣ ଅଧିକାରୀ ମନୋଜ କୁମାର ଦାସ ଏକ ଟିମ ଦୁଇ ଗାଡ଼ି ସହିତ ୨୧୪ କୁଇଣ୍ଟାଲ ଧାନ ଜଗତ କରି ଧର୍ମଗତ ସହରର ଏକ ରାଇସ ମିଳ ରେ ଜିମା ଦେଇଛନ୍ତି।

ଯୋଗାଣ ବିଭାଗ ପକ୍ଷରୁ ମିଳୁଥିବା ସୂଚନା ଅନୁଯାୟୀ ଗତକାଲି ରାତ୍ରି ରେ ଏକ ଟ୍ରକ ଗୋଲାମୁଣ୍ଡା ଵ୍ଳକ ଉଦେଶୁରୁନ ଛକ ପାଖରେ ଧାନ ବୋଝେଇ କରି ନେଉଥିବା ଵେଳେ ଯୋଗାଣ ବିଭାଗ ର ଏକ ସ୍ଵାଡ ଗାଡ଼ି କୁ ଅଟକ ରଖି ଯାଞ୍ଚ କରିଥିଲେ।

ଯାଞ୍ଚ ଵେଳେ ଏହି ଧାନ ଛତିଶଗଡ଼ ଅଞ୍ଚଳକୁ ଚୋରାଚାଲାଣ ହେଉଥିବା ଜଣାପଡିଥିଲା।ପରେ ଉକ୍ତ ଟ୍ରକ କୁ ଜଵତ କରି ତଦନ୍ତ ପରେ ସେଥିରେ ୧୮୮କୁଇଣ୍ଟାଲ ଧାନ ଥିଵା ଜଣାପଡିଥିଲା ।