ହରଭଙ୍ଗା : (ଚିତ୍ତରଞ୍ଜନ ସିଂହ)ରାଜ୍ୟ ସରକାର ଶିକ୍ଷା କ୍ଷେତ୍ର ରେ ନୂଆ ଓ ଯୁବ ଓଡିଶା -ନବୀନ ଓଡିଶା କାର୍ଯ୍ୟକ୍ରମ ର ଅନ୍ତିମ ଦିବସ ଵା ଉଦଯାପନୀ ଦିବସ ବୌଦ୍ଧ ଜିଲ୍ଲା ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ପୁରୁଣାକଟକ ଠାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଉଦଯାପନୀ ଦିବସ ରେ ମୁଖ୍ୟ ଅତିଥିଭାବେ ଓଡିଶା ସରକାରଙ୍କ ଜଙ୍ଗଲ ପରିବେଶ, ପାନୀୟ ଜଳ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ, ଉପଜିଲ୍ଲାପାଳ ତଥା ମହାବିଦ୍ୟାଳୟ ର ସଭାପତି ରବୀନ୍ଦ୍ର ନାଥ କହଁର, ଅଧ୍ୟକ୍ଷ ରମେଶ ଚନ୍ଦ୍ର ତାରିଣୀଆ, କାର୍ଯ୍ୟକ୍ରମ ର ନୋଡାଲ ଅଫିସର ପ୍ରମୋଦ ମହାପାତ୍ର ଓ ଅନ୍ୟତମ ଅତିଥିଭାବେ ବିଭିନ୍ନ ବିଭାଗ ର ନୋଡାଲ ଅଫିସର ଉପସ୍ଥିତ ରହିଥିଲେ l
ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଲକ୍ଷ ଛାତ୍ର ଛାତ୍ରୀ ଙ୍କ ଲୁକାୟିତ ପ୍ରତିଭାର ବିକାଶ, କ୍ରୀଡା, ସଂସ୍କୃତି, ସାଂସ୍କୃତିକ, ସାମାଜିକ ଉନ୍ନତି ସହିତ ଜିଲ୍ଲା ତଥା ଦେଶ ବିଦେଶ ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ବୋଲି ମନ୍ତ୍ରୀ ଛାତ୍ରଛାତ୍ରୀ ଙ୍କୁ ଉଦବୋଧନ ଦେଇଥିଲେ l
ଉକ୍ତ କାର୍ଯ୍ୟକ୍ରମ ଗତ ମାସ ୨୨ ତାରିଖ ରୁ ଆରମ୍ଭ ହୋଇ ୨୭ ଡିସେମ୍ବର ରେ ଉଦଯାପିତ ହୋଇଥିବା ବେଳେ ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା l ମଞ୍ଚ କାର୍ଯ୍ୟକ୍ରମ ପରେ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଉକ୍ତ ସମସ୍ତ କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ସମସ୍ତ ଅଧକ୍ଷ ଅଧକ୍ଷା ଓ ଛାତ୍ର ଛାତ୍ରୀ, କର୍ମଚାରୀ ସହଯୋଗ କରିଥିଲେ l