ଟିଟିଲାଗ଼ଡ : (ସଞ୍ଜୟ କୁମାର ନାୟକ)ଟିଟିଲାଗଡ ଠାରୁ ସିନ୍ଧେକେଲା ଯିବା ରାସ୍ତା ତଥା ସହରକୁ ଲାଗି ରହିଥିବା ଭାଟିପଡା ଗ୍ରାମ ଠାରୁ ଗ୍ରାଫାଇଟ ଇଣ୍ଡିଆ ଲିମିଟେଡ କମ୍ପାନୀ ଯାଏଁ ରାସ୍ତା ଯିବା ଆସିବା ଯୋଗ୍ୟ ହୋଇ ଆଉ ନାହିଁ। ରାସ୍ତା ସବୁ ଖାଲ ଖମାରେ ପରିଣତ ହୋଇଗଲାଣି। ଦୈନିକ ବହୁତ ଲୋକ ଏହି ରାସ୍ତା ଦେଇ ଯିବା ଆସିବା କରୁଥିବା ବେଳେ ଏଭଳି ଖାଲ ଦେଖି ଲୋକେ ଆଚମ୍ବିତ ହୋଇପଡିଛନ୍ତି।
ଗ୍ୟାସ କନେକ୍ସନ୍ ପାଇପ ପୋତିବା ଯୋଗୁଁ କିଛି ସ୍ଥାନରେ ଆବୁ ଟୁବୁ ହୋଇଯାଇଛି। ସେହିପରି ଏହି ରାସ୍ତାର ମରାମତି ନ ହେବା ଯୋଗୁଁ ରାସ୍ତା ଉପରୁ ପିଚୁ ଉଠି ଗଲାଣି, ଖାଲ ଢିପ ହେବା ଯୋଗୁଁ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଯାତ୍ରୀ, ଆଖପାଖ ଅଞ୍ଚଳର ଲୋକ ମାନେ ବହୁତ ହଇରାଣ ହେଉଛନ୍ତି। ଏ ଦିଗରେ ଦୃଷ୍ଟି ଦେଇ ଯଥା ଶୀଘ୍ର ମରାମତି କାର୍ଯ୍ୟ କରିବାକୁ ଦାବି ହେଉଛି।