ହରଭଙ୍ଗା : (ଚିତ୍ତରଞ୍ଜନ ସିଂହ)ଗତକାଲି ଆଦିମ ଅଧିବାସୀ ଏକତା ମଞ୍ଚ ତରଫରୁ ଏକ ସ୍ମାରକ ପତ୍ର CDPO ହର ଭଙ୍ଗା ଙ୍କୁ ପ୍ରଦାନ କରା ଯାଇଛି ,ସୂଚନା ଥାଉକି ବିଗତ ୨୦୦୯ ମସିହାରୁ ବିଭିନ୍ନ ଯୋଜନା ର ଲୋକଙ୍କ ଅଧିକାର କୁ ନେଇ ସରକାରଙ୍କ ଯୋଜନାକୁ ସଫଳ ରୂପାୟନ କରିବା ପାଇଁ କାମ କରି ଆସୁଅଛି , ସେଥି ମଧ୍ୟରୁ MGNREGA, ଖାଦ୍ୟ ସୁରକ୍ଷା,ଗ୍ରାମ ଜଳ ଓ ପରିମଳ, ସ୍ୱାସ୍ଥ୍ୟ,କରୋନା ସମୟରେ ଶିକ୍ଷା ବ୍ୟବସ୍ଥା ଭୁସୁଲି ପଡ଼ିଥିବା ବେଳେ ବିଭିନ୍ନ ଗ୍ରାମରେ ଚାଟଶାଳୀ ପାଠ ଭଳି ଗାଁ ଶିକ୍ଷିତ ଯୁବକ ଯୁବତୀମାନଙ୍କ ଦ୍ୱାରା ମାଗଣା ପାଠ ପଢା ବ୍ୟବସ୍ଥା କରାଯାଇଥିଲା, ଓ ଜୈବିକ ପଦ୍ଧତିର କୃଷି କାର୍ଯ୍ୟ କରିବା ପାଇଁ ଗାଁ ଗାଁରେ ସଚେତନ ସୃଷ୍ଟି କରିବା,୨ୟ ଚାଷର ବିକାଶ ପାଇଁ ଧାନ ପରେ ମୁଗ,ବିରି,କୋଳଥ, ତିଆସିଚଣା,ମସୁରି, ସୋରିଷ, ଚାଷ କରିବା ପାଇଁ ସଚେତନ କରାଇବା ସହ ବିହନ ଯୋଗାଇବା ପାଇଁ ସରକାରଙ୍କୁ ଦୃଷ୍ଟୀ ଆକର୍ଷଣ କରିବା ,ଆଦି କାମ କରି ଆସୁଅଛି l

ସଂଗଠନ ତରଫରୁ ଏକ ସର୍ଭେ କରା ଯାଇ ଦେଖିବାକୁ ପାଇଥିଲେ ହରଭଙ୍ଗା ବ୍ଲକ ଆଡ଼େଣିଗଡ଼ ଗ୍ରାମ ପଞ୍ଚାୟତ ର ବାରିଙ୍ଗି, ବାଣୀ ଭୂଷଣ ଗ୍ରାମ ପଞ୍ଚାୟତ ର କରଡ଼ାକୋଠା, ସିଙ୍ଗାଣିବିଡ଼ା, କରଞ୍ଜକଟା ଗ୍ରାମପଞ୍ଚାୟତ ର କରଞ୍ଜ କଟା, ବାଙ୍କାର୍ଯୂନ , ଷୋରିଷପଙ୍କାଲ, ଛତ୍ରଙ୍ଗ ଗ୍ରାମପଞ୍ଚାୟତ ର ଭାଳିଆ ଗୋରା ଛାତ୍ରଙ୍ଗ, ଖରଭୁଇଁ , ତିଲିଚା ପଦର, ମହାଳିକପଡ଼ା ଗ୍ରାମପଞ୍ଚାୟତ ବୁଡ଼ାଆମ୍ବ, କୁଟୀବାରୀ , ଘୁଙ୍ଗୁରୁପଡ଼ା, ପିତାମ୍ବରପୁର ଗ୍ରାମପଞ୍ଚାୟତ ର ଭବାନୀପୁର, ଜିରାଡ, ସଂକୁଳେଇ ପଂଚାୟତ ର ହରିହରପୁର, ତୀଲେଶ୍ୱର ପଂଚାୟତ ର ଛେଳିଲେଣ୍ଡି ଆଦି ଗୁଡ଼ିକରେ ନୂତନ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲିବା ପାଇଁ ଆଦିବାସୀ ଏକତା ମଞ୍ଚ ତରଫରୁ ଦାବୀ କରାଯାଇଛି । ଏହି ସମୟରେ ପ୍ରଦୀପ କହଁର, କୁଶ ମହାକୁଡ଼, ସୈରେନ୍ଦ୍ରି ପ୍ରଧାନ ଙ୍କ ସହିତ ବିଭିନ୍ନ ଗ୍ରାମର ଗ୍ରାମବାସୀ ଓ ସଂଗଠନ ର କର୍ମୀ ଉପସ୍ଥିତ ଥିଲେ।