କେସିଙ୍ଗା : (ପ୍ରୀତେଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏନ୍ ଏ ସି କନଫରେନ୍ସ ହଲ ଠାରେ ଏନ୍ ଏ ସି ଅଧ୍ୟକ୍ଷ ନୃପରାଜ ଯାଦବ ଙ୍କ ସଭାପତିତ୍ବରେ ଏକ କଳାହାଣ୍ଡି ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଥିଲା।
ଏଥି ରେ ଅଞ୍ଚଳର ବୁଦ୍ଧିଜୀବୀ,ସମାଜସେବୀ, ଗଣମାଧ୍ୟମ ପ୍ରତିନିଧି ଓ ଅଞ୍ଚଳ ର ଶାନ୍ତି ଶୃଙ୍ଖଳା ଦାୟୀତ୍ୱରେ ଥିବା ଆଦର୍ଶ ଥାନା ର ଅଧିକାରୀ ମଧ୍ୟ ଯୋଗଦେଇ ଥିଲେ।ଜାନୁଆରୀ ୬ ତାରିଖରୁ ୧୧ ତାରିଖ ମଧ୍ୟରେ ଅନୁଷ୍ଟିତ ହେବାକୁ ଥିବା ଉକ୍ତ କଳାହାଣ୍ଡି ଉତ୍ସବ କିପରି ଶାନ୍ତି ଶୃଙ୍ଖଳା ସହିତ ପାଳନ କରାଯିବ ସେଥିପାଇଁ ଉପସ୍ଥିତ ସମସ୍ତ ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧି ଙ୍କ ରାଏ ନିଆଯିବା ସହିତ ଅଧ୍ୟକ୍ଷ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
ବୈଠକ ର ନିଷ୍ପତି ଅନୁଯାୟୀ ଜାନୁଆରୀ ୧୦ ଓ ୧୧ ଦୁଇ ଦିନ ଧରି ବିଦ୍ୟାପୀଠ ଖେଳ ପଡିଆ ପ୍ରାଙ୍ଗଣରେ ମହାସମାରୋହରେ କଳାହାଣ୍ଡି ଉତ୍ସବ ୨୦୨୪ ପାଳନ କରାଯିବା।ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ କାର୍ଯ୍ୟନିର୍ବାହୀ ଅଧିକାରୀ କିରଣ ବେହେରା,ପୂର୍ବତନ ନଗର ପାଳ ସରିତା ସିନ୍ଦୂର, ଗୋବିନ୍ଦ ବନଛୋର,ରମେଶପଟ୍ଟନାୟକ,ଚନ୍ଦ୍ରଶେଖର ଆଚାରି,ବିଜେପି ୟୁବା ମୋର୍ଚା ପିଙ୍କୁ ପରିଡା, ତଥା ସମସ୍ତ କାଉସିଲାର ବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ.