ହରଭଙ୍ଗା : (ଚିତ୍ତ ରଞ୍ଜନ ସିଂ )ବୌଦ୍ଧ ଜିଲ୍ଲା ସାତକୋଶିଆ ଗଣ୍ଡ ଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୁମ୍ଭୀର ଗଣନା କାର୍ଯ୍ୟକ୍ରମ ଗତକାଲି ଠାରୁ ଆରମ୍ଭ ହୋଇଯାଇଛି l

ଏହି କୁମ୍ଭୀର ଗଣନାରେ ତିନି ଗୋଟି ଦଳ ସାମିଲ ରହିଥିବା ବେଳେ ସାତକୋଶିଆ ଗଣ୍ଡ ଅଂଚଳ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ନୟାଗଡ଼ ଅଧୀନରେ ଥିବା କୁସଙ୍ଗ ରେଞ୍ଜ ର ମାରଡା ରୁ ଶୀତଳ ପାଣି ଅଞ୍ଚଳରେ ଫରେଷ୍ଟର ଅନ୍ତର୍ଯ୍ୟାମୀ ଜାନୀ, ରିସର୍ଚ୍ଚଜର ରୁଦ୍ରନାରାୟଣ ପ୍ରଧାନ, ଘଡ଼ିଆଳ କୁମ୍ଭୀର ଗାର୍ଡ -ଗୋବିନ୍ଦ ମହାକୁଡକୁମ୍ଭୀର ଗଣନା କରୁଥିବା ବେଳେ ଶୀତଳ ପାଣି ଠାରୁ ହରଭଙ୍ଗା ଗଣ୍ଡ ଅଞ୍ଚଳରେ ଫରେଷ୍ଟର ବିଷ୍ଣୁ ପ୍ରିୟା ଦେଇ ରିସର୍ଚ୍ଚଜର -କୃଷ୍ଣ ଚନ୍ଦ୍ର ଗିରି, ସ୍କ୍ୱାର୍ଡ-ଗିରିଶ ବେହେରା ଓ ହରଭଙ୍ଗା ଠାରୁ ଅଏଡା ପର୍ଯ୍ୟନ୍ତ ଫରେଷ୍ଟର ବ୍ରଜରାଜ ବିଶ୍ଵାଳ, ସ୍କ୍ୱାର୍ଡ – ଅକ୍ଷୟ କୁମାର ସାହୁ କୁମ୍ଭୀର ଗଣନା ରେ ନିୟୋଜିତ ହୋଇଛନ୍ତି। ଏହି ଗଣନା ରେ ଉଚ୍ଚ ମାନର କ୍ୟାମେରା ସହିତ ସାଧାରଣ ମାଛଧାରା ଡ଼ଙ୍ଗା ବ୍ୟବହାର କରାଯାଇଛି l

ଏହି କୁମ୍ବୀର ଗଣନା 6 ତାରିଖରୁ 8ତାରିଖ ପଯ୍ୟନ୍ତ ଚାଲୁ ରହିବ ଏବଂ ତିନୋଟି ଦଳରେ ଆଠ ଜଣ ଷ୍ଟାଫ ସାମିଲ ରହିଥିବା ନେଇ କୁସଙ୍ଗ ରେଞ୍ଜ ବନ୍ୟପ୍ରାଣୀ ଅଧିକାରୀ ସଂସାର ବାର୍ଗିଆ ସୂଚନା ଦେଇଛନ୍ତି