ଟିଟିଲାଗଡ: (ସଞ୍ଜୟ କୁମାର ନାୟକ)ଟିଟିଲାଗଡ ନିକଟସ୍ଥ ଦେଶିଲ ସ୍ଥିତ ସତସଙ୍ଗ ବିହାର ଠାରେ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୬ ତମ ଜନ୍ମ ମହା ମହୋତ୍ସବ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି। ରବିବାର ସକାଳୁ ବେଦ ମାଙ୍ଗଳିକ , ଉଷା କୀର୍ତ୍ତନ, ପ୍ରାତ ବିନତି, ସଙ୍ଗିତାଞ୍ଜଳି ପରେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ସୁସଜ୍ଜିତ ରଥରେ ଏକ ଧାର୍ମିକ ଶୋଭାଯାତ୍ରାରେ ବାହାର କରି ସହର ପରିକ୍ରମା କରିବା ପରେ ଦେସିଲ ସ୍ଥିତ ସତସଙ୍ଗ ବିହାରରେ ପହଞ୍ଚିଥିଲା।
ଏହାପରେ ବିଶେଷ ସତସଙ୍ଗ ଓ ଅପରାହ୍ନରେ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ସତସଙ୍ଗ ବିହାରର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦିପ ଯୋଶୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଧର୍ମ ସଭାରେ ଭୁବନେଶ୍ୱରରୁ ଆଗତ ସହପ୍ରତି ରିତ୍ୱିକ ଡ ବିଜୟ ପରିଡା ମୁଖ୍ୟବକ୍ତା ଭାବେ ଯୋଗଦେଇ ଶ୍ରୀ ଶ୍ରୀ ଠାକୁରଙ୍କ ଜୀବନୀ ଓ ଆଦର୍ଶ ଉପରେ ଆଲୋକପାତ କରିଥିଲେ। ବିଶେଷ କରି ଏହି ଧର୍ମ ସଭାରେ ମୁଖ୍ୟ ଆକର୍ଷଣର କେନ୍ଦ୍ର ବିନ୍ଦୁ ଥିଲେ ସୁଦୂର କୋଲକାତାରୁ ଆଗତ ଜଣେ ମୁସଲମାନ ଭାଇ ବିକ୍ରମ ଇୟାସି ସେଖ।
ଏହି କାର୍ଯ୍ୟକ୍ରମ କୁ ସଫଳ କରାଇବାରେ ଟିଟିଲାଗଡ ସତସଙ୍ଗ ବିହାରର ବାୟୋଜଷ୍ଠ ଭକ୍ତ ଶ୍ରୀଯୁକ୍ତ ଭାଗିରଥି ରାଉତରାୟ, ଶିବ ପ୍ରସାଦ ପରିଡା, ପ୍ରମୋଦ ପାଲ, ଚପାଧାରି କୁମ୍ଭାର, ୠଷି ସାହୁ, ବିଦ୍ୟାଧର ସ୍ୱାଇଁ, ବୁଲୁ ଷଡଙ୍ଗୀ, ସନ୍ତୋଷ ସାହୁ, ଶ୍ରୀକାନ୍ତ ପରିଡା, ବିଜୟ ରାଉତରାୟ, ଅଗସ୍ତି ସାହୁ, କରନ ଖର୍ସେଲ, ଟୁଲୁ ପରିଡା, ଦେବେନ୍ଦ୍ର ପରିଡ଼ା ସମେତ ବହୁତ ଗୁରୁଭାଇ ସହଯୋଗ କରିଥିଲେ।