
ପାଟଣାଗଡ ବ୍ୟୁରୋ : (ନରେନ୍ଦ୍ର ନେଗୀ)ଖୁଣ୍ଟସମଲାଇ ୟଙ୍ଗ ଷ୍ଟାର ସ୍ପୋର୍ଟ୍ସ ଆସୋସିଏସନ ତରଫରୁ ଆୟୋଜିତ ୫ ଦିନିଆଁ କ୍ରିକେଟ ଟୁର୍ନାମେଣ୍ଟ ରେ ମୁଖ୍ୟଅତିଥି ଭାବରେ ରାଜ୍ୟସଭା ସାଂସଦ ଯୋଗଦେଇ କ୍ରିକେଟ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହିତ ପୁରସ୍କାର ରାଶି ଏବଂ ଟ୍ରଫି ପ୍ରଦାନ କରିଥିଲେ l ଗ୍ରାମାଞ୍ଚଳ ର ଯୁବକ ମାନଙ୍କ ମଧ୍ୟରେ ଲୁକ୍କାୟିତ କ୍ରୀଡା ପ୍ରତିଭା କୁ ଚି଼ହ୍ନଟ କରିବାରେ ଏହି ଟୁର୍ଣ୍ଣlମେଣ୍ଟ ସବୁଠାରୁ ଉତ୍ତମ ପ୍ରକ୍ରିୟା l
ଓଡିଶା ର ଯଶସ୍ବୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଛାତ୍ରଛାତ୍ରୀ ଏବଂ ଯୁବକ ଶକ୍ତି ମାନଙ୍କ ଭିତରେ ଅନ୍ତର୍ନିହିତ କ୍ରୀଡା, ସଂସ୍କୃତି,ସମାଜସେବା, ଚିତ୍ରାଙ୍କନ ପ୍ରତିଭା କୁ ଲୋକଲୋଚନ କୁ ଆଣିବା ସହିତ ଫୁଟବଲ, ଭଲିବଲ, କ୍ରିକେଟ, ହକି, ଖୋଖୋ, କବାଡି, ନୃତ୍ୟ, ସଙ୍ଗୀତ, ବକୃତା, ସମାଜସେବା ରେ ରୁଚି ବୃଦ୍ଧି ପାଇଁ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଦ୍ୱାରା ଉତ୍ସାହିତ କରିଥିଲେ ବୋଲି ରାଜ୍ୟସଭା ସାଂସଦ ଶ୍ରୀ ବିଶି ଉଦବୋଧନ ଦେଇଥିଲେ l ଫଟାମୁଣ୍ଡା କ୍ରିକେଟ ଦଳ ବିଜୟୀ ହୋଇଥଲେ l ବିଲେଇସାଥି କ୍ରିକେଟ ଦଳ ରନର୍ସ ଟ୍ରଫି ହାସଲ କରିଥିଲେ l