ପାଟଣାଗଡ଼ : (ନରେନ୍ଦ୍ର ନେଗୀ)ବେଲପଡା ବ୍ଲକ ରେ ପୁଣି ଦାଦନ ଦୁଃଖ ଦେଖିବାକୁ ମିଳୁଛି |ପେଟ ପାଟଣା ପାଇଁ ଦାଦନ ଯାଇ ଶବ ହୋଇ ଗାଁ ଫେରୁଛନ୍ତି ଶ୍ରମିକ |ତେବେ ଶ୍ରମିକ ର ମୃତ୍ୟୁ ପରେ ବି ଦାଦନ ସର୍ଦାର ପରିବାର ଲୋକଙ୍କୁ ବନ୍ଧକ ରଖି ଟଙ୍କା ମାଗୁଥୁବା ଅଭିଯୋଗ ହେଉଛି |
|ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲପଡା ବ୍ଲକ ଖଲଖଲି ଗାଁରେ |
ଗାଁର କ୍ଷୀର ମହନ ମାଝୀ ଙ୍କ ମୃତ୍ୟୁ ପରେ ପୁଅ ର ମୃତ୍ୟୁଦେହ କୁ ଗାଁ କୁ ପଠାଇ ପରିବାର ଲୋକଙ୍କୁ ଦାଦନ ସର୍ଦାର ଇଟା ଭାଟି ରେ ଅଟକ ରଖିଥିବା ପରିବାର ଲୋକ ଅଭିଯୋଗ କରୁଛନ୍ତି | ଟଙ୍କା ନଫେରାଇଲେ ପରିବାର ଲୋକଙ୍କୁ କୁ ଛାଡ଼ିବୁନି ବୋଲି ଧମକ ପାଇଁ ପରିବାର ଲୋକଙ୍କୁ ବନ୍ଧା ରଖିଛି ସର୍ଦାର |ଏନେଇ ପରିବାର ଲୋକ ଥାନା ରେ ଅଭିଯୋଗ କି କାହାକୁ କିଛି କହିଲେ ସ୍ଥିତି ଭୟଭୟ ହେବ ବୋଲି ମଧ୍ୟ୍ୟ ଧମକ ଚକକ ଦେଉଥୁବା ପରିବାର ଲୋକ କହୁଛନ୍ତି |
ଏମିତି କି ୮୦ ହଜାର ଟଙ୍କା ନେଇ ଚୁପ ରହିବାକୁ ପରିବାର କୁ ଚାପ ଦେଉଥୁବା ମଧ୍ୟ୍ୟ ଅଭିଯୋଗ ହେଉଛି |ମିଳିଥିବା ସୂଚନା ଅନୁସାରେ ଡ୍ରେବିପାଳି ଗାଁର ଦାଦନ ସର୍ଦାର ମଧୁ ନାଏକ ଖଲଖଲି ଗାଁର ପୂର୍ଣ୍ଣମୀ ମାଝୀ ଙ୍କ ସହ ପୁଅ କ୍ଷୀର ଏବଂ ପରିବାର ର ୧୨ ଜଣ ଙ୍କୁ ଇଟାଭାଟି ରେ କାମ କରାଇବାକୁ କଟକ ଅଂଚଳ ଶ୍ରମିକ ମାନଙ୍କୁ ନେଇଥିଲା |
ମୁଣ୍ଡପିଛା ୩୦ ହଜାର ଟଙ୍କା ବଇନା ଦେଇ ଗତ ୨ ତାରିଖ ଦିନ ରାତ୍ରି ରେ ସର୍ଦାର ଜଣକ ନେଇଥିବା ବେଳେ ଆଜି ଶ୍ରମିକ ର ମୃତ୍ୟୁଦେହ ଗାଁ କୁ ଫେରିଛି |ତେବେ ମୃତ୍ୟୁ ର କାରଣ ଜଣାପଡ଼ିନଥିଲେ ବି ଦାଦନ ସର୍ଦାର ର ନିର୍ଯାତନା ଏବଂ ଅତ୍ୟଧିକ କାମ ଯୋଗୁଁ ଶ୍ରମିକ ର ମୃତ୍ୟୁ ଘଟିଥିବା ଅଭିଯୋଗ ହେଉଛି |ଅନ୍ୟପଟେ ଶ୍ରମିକ ର ମୃତ୍ୟୁ ପରେ ଏକ ଏମ୍ବୁଲାନ୍ସ ରେ ପରିବାର ର ୬ ଜଣ କୁ ଗାଁ କୁ ପଠାଇ ଦେଇ ଅନ୍ୟ 6ଜଣ କୁ ଇଟାଭାଟି ରେ ଅଟକ ରଖିଥିବା ପରିବାର ଅଭିଯୋଗ କରିଛନ୍ତି |
ଏମିତି କି ମୃତକର ଶୁଦ୍ଦିକ୍ରିୟା ସରିଲା ପରେ ପୁଣି କାମ କରିବା ପାଇଁ ଆସିବାକୁ ପରିବାର ଲୋକଙ୍କୁ ଚେତାବନୀ ଦେଇଥିବା ପରିବାର ଲୋକ କହୁଛନ୍ତି |ଏମିତି କି ଥାନାରେ ଅଭିଯୋଗ କିମ୍ବା କାହା ଆଗରେ କିଛି ନକହିବାକୁ ପରିବାର ଲୋକଙ୍କୁ ଦାଦନ ସର୍ଦାର ମଧୁ ନାଏକ
୮୦ ହଜାର ଟଙ୍କା ନେଇ ଘଟଣା ଚାପିଦେବାକୁ ପରିବାର ଲୋକଙ୍କୁ ଧମକ ଚକମ ଦେଉଥୁବା ମଧ୍ୟ୍ୟ ଅଭିଯୋଗ ହେଉଛି |
ବାପ ର ମୃତ୍ୟୁ ପରେ ନିଜ ଭଉଣୀ ମାନଙ୍କୁ ନିଜେ ପ୍ରତିପୋଷଣ କରୁଥୁଲା କ୍ଷୀର |ଏବେ ପୁଅ ର ମୃତ୍ୟୁ ପରେ ଭାଙ୍ଗି ପଡିଛନ୍ତି ପରିବାର |ପୁଅ ର ଦୁଃଖ ରେ ଭାଙ୍ଗି ପଡ଼ିଥିବା ମା ଏବେ କେମିତି ବନ୍ଧକ ଥିବା ପରିବାର ଲୋକଙ୍କୁ ଉଦ୍ଧାର କରିବେ ତାକୁ ଚିନ୍ତା ରେ ଏନେଇ ପ୍ରଶାସନ ଏଦିଗରେ ଦୃଷ୍ଟି ଦେବାକୁ ମଧ୍ୟ୍ୟ ଦାବିହେଉଛି