ନବରଙ୍ଗପୁର ; (ବେଣୁ ଗୋପାଳ ରାଓ) ଭାରତୀୟ ମଜଦୁର ସଂଘ ଦ୍ବାରା ପରିଚାଳିତ ଓଡିଶାରାଜ୍ୟ ଆଶା କର୍ମୀ ସଂଘ ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକର ଆଶା କର୍ମୀ ସଂଘର ଆହ୍ୱାନ କ୍ରମେ ବ୍ଲକ ଅଫିସ ସମ୍ମୁଖରେ ପହଞ୍ଚିଥିଲେ ସେଠାରେ ବିକ୍ଷୋଭ ପ୍ରଦର୍ଶନ ପରେ ଏକ ସଭା କରାଯାଇଥିଲା। ସରକାରଙ୍କ ଜାତୀୟ ସ୍ବାସ୍ଥ୍ୟ ମିଶନ ଅଧିନରେ ଗ୍ରାମାଞ୍ଚଳର ମାଆ ଓ ଶିଶୁର ବିକାଶ ସହିତ ନିରାପଦ ମାତୃତ୍ବ ଓ ସମସ୍ତ ମାଆ ସ୍ଵାସ୍ଥ୍ୟ କେନ୍ଦ୍ରରେ ଶିଶୁଜନ୍ମ କରିବା ଓଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟରେ ଆଶା କର୍ମୀ ମାନେ ନିୟୋଜିତ ହୋଇ କାର୍ଯ୍ୟ କରି ଆସୁଛନ୍ତି।

ଯାହାଫଳରେ ମାତୃ ମୃତ୍ୟୁ ହାର, ଶିଶୁ ମୃତ୍ୟୁ ହାର ଓ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶିଶୁ ଜନ୍ମ ଲାଭ କରିବାରେ ଉଲ୍ଲେଖନୀୟଅଗ୍ରଗତି ହୋଇଛି। ତାହା ସତ୍ତ୍ବେ ଆଶା କର୍ମୀ ମାନେ ସର୍ବନିମ୍ନ ମଜୁରୀ ଓ ସମସ୍ତ ସୁବିଧାରୁ ବଞ୍ଚିତ ବୋଲି ଉକ୍ତସଭାରେ ଭାରତୀୟ ମଜଦୁର ସଂଘର ଜିଲ୍ଲା ଉପଦେଷ୍ଟା ପରମେଶ୍ବର ବିଷୋୟୀ, ଏବଂ ଟେମ୍ପୋରାରୀ ଜିଲ୍ଲାସମ୍ପାଦକ ବିଷ୍ଣୁ ପ୍ରସାଦ ବିଷୋୟୀ ଓ ଓଡିଶା ରାଜ୍ୟଆଶାକର୍ମୀ ସଂଘର ଜିଲ୍ଳା ସଭା ନେତ୍ରୀ ଗିତାଞ୍ଜଳୀ ହରିଜନ ଆଶା କର୍ମଚାରୀ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଉଦବୋଧନ ଦେଇଥିଲେ। ସଂଘ ତରଫରୁ ଏକ ୦୯ ଦଫା ଦାବୀ ପତ୍ର ମହାମହିମ ରାଜ୍ୟପାଳ, ମାନ୍ୟବର ମୁଖ୍ୟମନ୍ତ୍ରୀ, ମାନ୍ୟବର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଓ ମାନନୀୟ ନିର୍ଦ୍ଦେଶିକା ଜାତୀୟ ସ୍ୱାସ୍ଥ୍ୟ ମିଶନ ଓଡିଶାଙ୍କ ଉଦ୍ଦେଶ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନଜ କୁମାର ପାଣିଗ୍ରାହୀ ଙ୍କ ଜରିଆରେ ଦାବୀପତ୍ର ପ୍ରଦାନ କରାଯାଇଥିଲା।

ଦାବୀ ଗୁଡିକ ମଧ୍ୟରେ ଜାତୀୟ ସ୍ୱାସ୍ଥ୍ୟ ମିଶନକୁ ସ୍ଥାୟୀ କରାଯିବା, ଆଶା କର୍ମଚାରୀଙ୍କୁ ମାସିକ ବେତନ ଟ ୨୨,୦୦୦/-ଦେବା ସହ ଅତିରିକ୍ତ କାର୍ଯ୍ୟପାଇଁ ପ୍ରସ୍ତାହନ ରାଶି ପ୍ରଦାନ କରିବ। ଆଶା କର୍ମୀ ମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦିଆଯାଇ ଇପିଏଫ,ଏଏସଆଇ, ପେନସନ ଓ ଗ୍ରାଚ୍ୟୁଟି ଯୋଗାଇ ଦିଆଯିବା, ଆଶା କର୍ମୀ ମାନେ କାର୍ଯ୍ୟରତ ଥିବା ସମୟରେ ସେମାନଙ୍କର ସାଧାରଣ ମୃତ୍ୟୁ ଘଟିଲେ ୯୫,୦୦,୦୦୦/- ଦୁର୍ଘଟଣା ଜନିତ ମୃତ୍ୟୁ ଘଟିଲେ ଟ୧୦,୦୦,୦୦୦/- ଙ୍କା ସହାୟତା ରାଶି ଯୋଗାଇ ଦିଆଯିବା, ଆଶା ଅବସର ସମୟରେ ୯୫,୦୦,୦୦୦/-ଟଙ୍କାର ଅବସରକାଳିନ ସହାୟତା ରାଶି ଓ ମାସିକ ପେନସନ୫,୦୦୦/- ଙ୍କା ପ୍ରଦାନ କରାଯିବା, ପ୍ରଧାନ ମନ୍ତ୍ରୀ ଘୋଷଣା କରିଥିବା ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତିଯୋଜନା, ପ୍ରଧାନ ମନ୍ତ୍ରୀ ସୁରକ୍ଷା ବିମା ଯୋଜନା, ପ୍ରଧାନ ମନ୍ତ୍ରୀ ଆୟୁଷ୍ମାନ ଭାରତ ଚିକିତ୍ସା ବିମା ଯୋଜନା ଅନ୍ୟପ୍ରଦେଶ ଭଳି ଓଡିଶାରେ ମଧ୍ୟ ଲାଗୁକରିବା, ଆଶା କର୍ମୀ ମାନଙ୍କୁ ଟିକା କରଣ ନିମନ୍ତେ ତାଲିମ ଦେବାର ବ୍ୟବସ୍ଥାକରାଯିବା, ଯୋଗ୍ୟତା ଧାରୀ ଆଶା କର୍ମୀ ମାନଙ୍କୁ ନିର୍ଦ୍ଦିଷ୍ଟା ବୟସ ସୀମା ହଟାଯାଇ ଏଏନଏମ ପଦବୀରେ ନିଯୁକ୍ତି ଦେବା ସମୟରେ ପ୍ରାଥମିକତା ପ୍ରଦାନ କରାଯିବା, ନିର୍ଦିଷ୍ଟ ବୟସ ସୀମାକୁ ହଟାଯାଇ ଯୋଗ୍ୟତା ଧାରୀ ଆଶା  କର୍ମଚାରୀ ମାନଙ୍କୁ ସୁପର ଭାଇଜର ପଦବୀରେ ପଦୋନ୍ନତି ଦିଆଯୀବା।

ଆଶାକର୍ମଚାରୀ ମାନଙ୍କୁ ବର୍ଷକୁ ୨ ହଳୟୁନିଫର୍ମ ଡ୍ରେସ ବାବଦକୁ ସମ୍ବଲପୁରୀ ଶାଢୀ ଯୋଗାଇ ଦେବା, ମମତା ଯୋଜନାରେ ଆଶାକର୍ମୀ ମାନଙ୍କୁ ପ୍ରତ୍ସାହନରାଶି ପ୍ରଦାନ କରାଯିବା, ଆଶାକର୍ମୀ ମାନଙ୍କ ସ୍ବାସ୍ଥ୍ୟ କେନ୍ଦ୍ରରେ ବିଶ୍ରମା ସ୍ଥଳର ବ୍ୟବସ୍ଥା କରାଯିବା, ଆଶା କର୍ମୀଙ୍କୁ ନିଜର କର୍ତ୍ତବ୍ୟ ନିର୍ବାହ କରିବା ନିମନ୍ତେ ଯାତାୟତ ଖର୍ଚ ଯୋଗାଇ ଦେବାର ବ୍ୟବସ୍ଥା କରାଯିବା, ଆଶାକର୍ମୀ ମାନଙ୍କୁସରକାରଙ୍କ ତରଫରୁ ସ୍ଟାଟ ଫୋନ ଯୋଗାଇ ଦେବା, ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ଆଶାକର୍ମୀ ମାନଙ୍କୁଅନ୍ତର୍ଭୁକ୍ତ କରାଯିବା। ଏହି ଆନ୍ଦୋଳନରେ ବହୁ ଆଶା କର୍ମୀ ମାନେ ଯୋଗ ଦେଇଥିଲେ l ବ୍ଳକ ର ନୂତନ କମିଟି ଗଠନ କରାଯାଇଥିଲା