ବଲାଙ୍ଗୀର ବ୍ୟୁରୋ : (ନରେନ୍ଦ୍ର ନେଗୀ) ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ସାରେସମାଲ ଠାରେ ଅନୁଷ୍ଠିତ କର୍ମୀ ସମ୍ମିଳନୀ ରେ ନିର୍ବାଚନୀର ବିଗୁଲ ବଜାଇଛି କଂଗ୍ରେସ ଦଳ l ଆଜି ହଜାର ହଜାର କଂଗ୍ରେସ କର୍ମୀଙ୍କୁ ନେଇ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ବିଜୁ ଜନତା ଦଳକୁ ଦେଇଛନ୍ତି ଚେତାବନୀ l୨୦୧୪ ,୨୦୧୯  ପରେ ପୁଣି୨୦୨୪  ରେ କଂଗ୍ରେସ ବିଜୟୀ ହେବ ବଲାଙ୍ଗୀର ବିଧାନସଭା ରେ ବୋଲି ବିଧାୟକ ଦମ୍ଭ ଦେଖାଇ କହିଛନ୍ତି l

କିନ୍ତୁ ଏଥର ନିଜ ସାନ ପୁଅ ସମରେନ୍ଦ୍ର ମିଶ୍ର କଂଗ୍ରେସ ରୁ ବିଧାୟକ ପ୍ରାର୍ଥୀ ହେବେ ବୋଲି ଶ୍ରୀଯୁକ୍ତ ମିଶ୍ର କହିଛନ୍ତି l ଅନ୍ୟ ମାନଙ୍କ ମଧ୍ୟରେ BDCC ଅଧ୍ୟକ୍ଷ ସ୍ମାରକ ରଞ୍ଜନ ମିଶ୍ର, ସମରେନ୍ଦ୍ର ମିଶ୍ର, ଅସିତ ମିଶ୍ର, ରାମଜୀ ଚୌଧୁରୀ, କାଣ୍ଟେଶ୍ୱର ପଧାନ, ବିଶ୍ୱଜିତ ପାତ୍ର, ଉପାଧ୍ୟାଖ୍ୟା ସୂର୍ଯ୍ୟକାନ୍ତି ଛତ୍ରିଆ ପ୍ରମୁଖ ଉପସ୍ଥିତ ଥିଲେ I ତେବେ ଆଜିର ଏହି କର୍ମୀ ସମ୍ମିଳନୀ ରେ ସିଂହାମୁଣ୍ଡା, କରୁଆଁଝର,ସିକୁଆଁ, ଧଣ୍ଡାମାଲ ରାମଚନ୍ଦ୍ରପୁର ଗ୍ରାମର ବହୁ ସଂଖ୍ୟାରେ ଲୋକେ କଂଗ୍ରେସ ରେ ଯୋଗ ଦେଇଥିଲେ l