ଧର୍ମଗଡ଼ :(ହେମନ୍ତ କୁମାର ମାଝି )କଳାହାଣ୍ଡି ଜିଲ୍ଲା କୋକସରା ଵ୍ଳକ ଡୁଡୁକାଠେଙ୍ଗା ପଞ୍ଚାୟତ ସାହାଜଖୋଲ ଜଙ୍ଗଲ ମଧ୍ୟରେ ଥିବା ଜିଲ୍ଲା ର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହେଉଛି ଗୁଡହାଣ୍ଡି ଡୋକରିଚଞ୍ଚରା। ପ୍ରାକୃତିକ ପରିବେଶ ଓ ପ୍ରକୃତି ରାଣୀ ବିଭିନ୍ନ ମନୋରମା ଓ ସୈନ୍ଦଯ୍ୟଭରା ଏହି ପର୍ଯ୍ୟଟନ ସ୍ଥଳୀ ଚାରିପଟେ। ପାହାଡ଼ ଡଙ୍ଗର ମଝିରେ ପଥର ଏକ ବିସ୍ତୀଣ୍ଣ ଚଡାଣ ଯେଉଁ ଚଡାଣ ଉପରେ ଝରଣାର କୁଳୁକୁଳୁ ନାଦ ଓ ଚଟାଣ ର ଦୁଇ ପାର୍ଶ୍ଵରେ ଥିବା ଦୁଇ ସୁଉଚ୍ଚ ଜଳପ୍ରପାତ ଡେକରୀ ଦର ଓ ଉଏରାଘୁମର ରୁ ପଡ଼ିଥିବା ବିଛିନ୍ନ ଜଳଧାରା ଦିନରେ ମଧ୍ୟ ଇନ୍ଦ୍ରଧନୁ ର ଭ୍ରମ ସୃଷ୍ଟିକରେ ଯାହା କୁ ଦେଖି ଦର୍ଶକ ମାନେ ବିମୋହିତ ହୋଇଥାନ୍ତି।
ନୂଆଁ ବର୍ଷ ଏଵଂ ଶିତୁଆ ସକାଳ ପରିଵେଷ ରେ ଵଣଭୋଜି ର ମଜା ନେବାପାଇଁ ରାଜ୍ୟ ର ଓ ରାଜ୍ୟ ବାହାରୁ ଦୈନିକ ଶହଶହ ଲୋକ ପର୍ଯ୍ୟଟକ ସ୍ଥଳୀ ଏକ ଧାରରେ ପ୍ରକୃତିକ ଐତିହାସିକ ଓ ପୌରାଣିକ କିମ୍ବଦନ୍ତୀ ର ସମାହାର ଏଠାରେ ରହିଛି ଶ୍ରୀ ରାମ ମନ୍ଦର ପୁଣ୍ୟ କୁଣ୍ଡ ସୀତା ପାଦ,ଋଷି ଗୁମ୍ଫା, ବଟବୃକ୍ଷ,ଵିଭୁତି କୁଣ୍ଡ ଭଲି ପୌରାଣିକ କଥା ବିହନ ଜଣାପଡ଼େ ଯେ ପ୍ରଭୁ ଶ୍ରୀ ରାମ ଵନ ବାସ ସମୟରେ କିଛି ସମୟ ଏଠାରେ ସୀତା ଓ ଲକ୍ଷ୍ମଣ ଙ୍କ ସହିତ ଅତିବାହିତ କରିଥିଵା କୁହାଯାଏ।
ଓଡ଼ିଶା ରାଜ୍ୟ ସରକାର ପର୍ଯ୍ୟଟନ ଵିଭାଗ ପକ୍ଷରୁ ୨୦୦୭ ମସିହାରେ ଏହି ସ୍ଥାନକୁ ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ମିଳିସାରିଥିଵା ଵେଳେ ପର୍ଯ୍ୟଟନ ଵିଭାଗ ଓ ପଶ୍ଚିମ ଓଡ଼ିଶା ବିକାଶ ପରିଵେଷ ପକ୍ଷରୁ ଏହାର ଉନ୍ନତିକରଣ ଓ ସୈଦଯ୍ୟକରଣ କାର୍ଯ୍ୟ ଜାରୀ ରହିଛି। ତେବେ ଏହାକୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସିଥିବା ପର୍ଯ୍ୟଟନ ମାନଙ୍କ ପାଇଁ ଆବଶ୍ୟକ ସୁବିଧା ସୁଯୋଗ ନ ଥିବା ଯୋଗୁଁ ସନ୍ଧ୍ୟା ନଇଵା ପୂର୍ବରୁ ପର୍ଯ୍ୟଟକ ମାନେ ଫେରିବାକୁ ବାଧ୍ୟ ହୁଅନ୍ତି । ରାଜ୍ୟ ପର୍ଯ୍ୟଟନ ଵିଭାଗ ସ୍ବତନ୍ତ୍ର ଦୃଷ୍ଟି ଦେଇ ଡେକରୀ ଚଞ୍ଚରା ଭିନ୍ନ ଭିନ୍ନ ର ଭିନ୍ନ ଦିଗରେ ଯତ୍ନବାନ ହେଲେ ଓଡ଼ିଶା ର ଏକ ପର୍ଯ୍ୟଟନସ୍ଥଳୀ ଭାବେ ଡୋକରିଚଞ୍ଚରା ଏକ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖି ପାରିଵ ଵେଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାରେ ହେଉଛି।