ନବରଙ୍ଗପୁର: (ବେଣୁ ଗୋପାଳ ରାଓ)ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଧଣ୍ଡରା ମଣ୍ଡି ରେ ଅବ୍ୟବସ୍ଥା ଓ ଧାନ କିଣା ଯାଉ ନ। ଥିବା ଅଭିଯୋଗ ନେଇ ଚାଷୀ ଏବଂ ବିଜେପି କାର୍ମକର୍ତା ଙ୍କ ପକ୍ଷରୁ ରାସ୍ତା ରେ ଧାନ ବସ୍ତା ରଖି ରାସ୍ତା ରୋକ କରାଯାଇଛି । ଦୀର୍ଘ ଦିନ ଧରି ଚାଷୀ ମଣ୍ଡିକୁ ଧାନ ଆଣି ୧୫୦୦ ପକେଟ୍ ରୁ ଉର୍ଦ୍ଧ ଧାନ ଗଛିତ କରି ରଖି ଥିବା ବେଳେ ମିଲର୍ସ ଙ୍କ ମନ ମାନି କରି ଧାନ ବାସନ ଥିବା କହି ଧାନ ଉଠାଉ ନ ଥିବା ଅଭିଯୋଗ କରିଛନ୍ତି ଚାଷୀ । କେତେକ ଚାଷୀଙ୍କ ଆଜି ଟୋକେନ୍ ଲେପସ ହୋଇଯାଉଥିବା ବେଳେ ଚାଷୀ ଙ୍କ ଧାନ ଉଠା ଯାଉ ନାହିଁ ।
ଯାହାଫଳରେ ଉତ୍ୟକ୍ତ ହୋଇ ଚାଷୀ ଏହାର ପ୍ରତିବାଦ କରି ରାସ୍ତା କୁ ଓହ୍ଲାଇ ବା ସହ ଧଣ୍ଡାରା ମଣ୍ଡି ସମ୍ମୁଖ ରାସ୍ତାରେ ଧାନ ବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତିି । ରାସ୍ତା ଅବରୋଧ ଫଳରେ ନବରଙ୍ଗପୁର ସହର ଓ ଖାତିଗୁଡା ମଧ୍ୟରେ ଗମନାଗମନ ବାଧାପ୍ରାପ୍ତ ହୋଇଛି । ଯଦି ଯଥା ଶୀଘ୍ର ମଣ୍ଡିରୁ ଧାନ ନ ଉଠିବ ତେବେ ଆଗାମୀ ଦିନ ରେ ଜୋରଦାର ପ୍ରତିବାଦ କରାଯିବ ବୋଲି ଚାଷୀ ପ୍ରକାଶ କରିଛନ୍ତି । ଘଟଣା ସ୍ଥଳରେ ଯୋଗାଣ ବିଭାଗ ତରଫରୁ ଅତିରିକ୍ତ ଯୋଗାଣ ଅଧିକାରୀ ବିଷ୍ଣୁ ପ୍ରସାଦ ପ୍ରଧାନ ଉପସ୍ଥିତ ରହି ଚାଷୀ ମାନଙ୍କୁ ବୁଝାଇବା ପାଇଁ ଚେଷ୍ଠା କରିଥଲେ ସୁଧା କୌଣସି ସୁଫଳ ମିଳି ପାରି ନ ଥିଲା ।