ଉଦଯାପନୀ ରେ କଟକ ୨/୦ ଗୋଲ ରେ ବିଜୟୀ

ହରଭଙ୍ଗା:(ଚିତ୍ତ ରଞ୍ଜନ ସିଂ)ହରଭଙ୍ଗା ବ୍ଲକ ତିଲେଶ୍ୱର ଫ୍ରେଣ୍ଡଆସୋସେସନ ଆନୁକୂଲ୍ୟରେ ଆୟୋଜିତ ପ୍ରଥମ ସର୍ବ ଭାରତୀୟ ଫୁଟବଲ ଟୁର୍ନାମେଣ୍ଟ ଲାଲ ବlହାଦୁର ହାଇସ୍କୁଲ ତିଲେଶ୍ୱର ଫକୀର ଚରଣ ଖେଳ ପଡିଆରେ ବୁଧବାର ଦିନ ଉଦଘାଟିତ ହୋଇଯାଇଛି l ଏହି ଉଦ୍ଘାଟନୀ ଦିବସରେ କଳାହାଣ୍ଡି ସ୍ପୋର୍ଟ ହଷ୍ଟେଲ ସହିତ କଟକ ସନସାଇନ୍ସ କ୍ଳବ ଭିତରେ ରୋମାଞ୍ଚକର ଖେଳ ଖେଳାଳିମାନେ ପ୍ରଦର୍ଶନ କରିଥିଲେ l

ଆଜିର ଉଦ୍ଘାଟନୀ ଦିବସରେ ତିଲେଶ୍ୱର ଜଗନ୍ନାଥ ମନ୍ଦିର ଠାରୁ ଭବ୍ୟ ଦିବ୍ୟ ଜ୍ୟୋତି ଏକ ବିଶାଳ ଶୋଭାଯାତ୍ରାରେ ବଜାର ପରିକ୍ରମା କରି ଖେଳ ପଡିଆର ମଞ୍ଚରେ ଅବସ୍ଥାପିତ କରାଯାଇଥିଲା!ଆଜିର ଉଦ୍ଘାଟନୀ ଦିବସରେ ମୁଖ୍ୟ ଅତିଥିଭାବେ ବୌଦ୍ଧ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ କମିଟି ଅଧକ୍ଷ ଭଗବାନ କହଁର ଉପସ୍ଥିତ ରହି ଅlନୁଷ୍ଠାନିକ ଭାବେ ଖେଳ ପତାକା ଉତ୍ତଳନ କରି ଖେଳ କୁ ଉଦ୍ଘାଟନ କରିଥିଲେ l

ସମ୍ମାନିତ ଅତିଥିଭାବେ ବୌଦ୍ଧ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ-ଚିତ୍ତ ରଞ୍ଜନ କର୍ଣ୍ଣ, ବାଣିଭୂଷଣ ପୁର ସରପଞ୍ଚ ଶ୍ରୀମନ୍ତ ମେହେର,ଅନ୍ୟତମ ଅତିଥିଭାବେ କମିଟି ସଭାପତି ତଥା ସ୍ଥାନୀୟ ସରପଞ୍ଚ ଝୁନୁ ବେହେରା, କମିଟି ସମ୍ପାଦକ ରମେଶ କୁମାର ସାମଲ, ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ l ଆଜିର ଖେଳରେ ମଧ୍ୟlନ୍ତର ପୂର୍ବରୁ କଟକ ୧/୦ ଗୋଲ ଦେଇ ଦଳକୁ ଆଗେଇ ନେଇଥିଲେ ଓ ଖେଳର ନିର୍ଦ୍ଧାରିତ ସମୟ ର ୨ ମିନିଟ ପୂର୍ବରୁ ପୁଣି୨ ନଂ ଗୋଲ କରି ୨/୦ ଗୋଲ ରେ ଆଜିର ଉଦ୍ଘାଟନୀ ଦିବସରେ ବିଜେତା ହୋଇଥିଲେ l

ଏହି ଟୁର୍ନାମେଣ୍ଟ ୧୦ ତାରିଖ ରୁ ଆରମ୍ଭ ହୋଇ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ଓ ଟୁର୍ନାମେଣ୍ଟ ରେ କଳାହାଣ୍ଡି, କଟକ, ସମ୍ବଲପୁର, ସୁବର୍ଣ୍ଣ ପୁର, ବରଗଡ, ଖୋର୍ଦ୍ଧା, କୋଲକାତା ଏବଂ କନ୍ଧମାଳ ଆଦି ୮ ଗୋଟି ଦଳ ଭାଗ ନେଇଛନ୍ତି l ଆଜିର ଖେଳକୁ ମୁଖ୍ୟ ରେଫରି ଭାବେ ସୁବ୍ରତ କୁମାର ପୁରୋହିତ ଖେଳ ପରିଚାଳନା କରିଥିବା ବେଳେ ସହଯୋଗୀ ରେଫରି ଭାବେ ମାନସ କୁମାର ବିଶ୍ୱାଳ, ସୁଜିତ ରାଜହଂସ, ଚତୁର୍ଥ ରେଫରି ଭାବେ ଦିଲ୍ଲୀପ କୁମାର ରାଉତ ଓ ଖେଳ କମିଶନରଭାବେ ରଞ୍ଜନ କୁମାର ଯୋଶୀ ଖେଳକୁ ପରିଚାଳନା କରିଥିଲେ l

ଆଜିର ଉଦ୍ଘାଟନୀ ଦିବସରେ ପରିଚାଳନା କମିଟିର ଦେବରାଜ ପ୍ରଧାନ, ବିଶ୍ୱଜିତ ପ୍ରଧାନ, ସୁଜ୍ଞାନ କର୍ଣ୍ଣ, କାଦମ୍ବିନୀ ଯୋଶୀ କୋଷାଧକ୍ଷ ନିକୁଞ୍ଜ ବେହେରା ଙ୍କ ସମେତ ଫ୍ରେଣ୍ଡ୍ସ ଆସୋସେସନ ର ସମସ୍ତ କର୍ମ କର୍ତ୍ତା ସହଯୋଗ କରିଥିଲେ l