ହରଭଙ୍ଗା : (ଚିତ୍ତ ରଞ୍ଜନ ସିଂ ) ବୌଦ୍ଧ ଜିଲ୍ଲା ଲୁଣିବାହାଲ ଗ୍ରାମ ପଞ୍ଚାୟତ କାର୍ଯ୍ଯାଳୟ ପରିସରରେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଆନୁକୁଲ୍ୟରେ ଗୋ ପରିଚାଳନା ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହାକୁ ବୌଦ୍ଧ ଜିଲ୍ଲା ସମବାୟ ଦୁଗ୍ଧ ସଂଘ ସୌଜନ୍ୟତା ରେ ତିନିଦିନ ଧରି ଏହି ଶିବିର ଚାଲି ୧୨ ତାରିଖରେ ସରିବ।

ଆଜିର ଏହି ଶିବିରରେ ସୁପର୍ ଭାଇଜର ସନ୍ତୋଷ ମହାନ୍ତି, ବୌଦ୍ଧ ଦୁଗ୍ଧ ମାର୍ଗ ସୁପର୍ ଭାଇଜର ଅମୂଲ୍ୟ ଓଝା ଏବଂ ବ୍ଲକ୍ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ପୃଷ୍ଟି ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଲୁଣିବାହାଲ ମହିଳା ଦୁଗ୍ଧ ସମବାୟ ସମିତ ର ପ୍ରାୟ ୫୦  ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ଗୋ ପାଳକ ଯୋଗ ଦେଇଥିବା ବେଳେ ଗୋ ପାଳନ, ଗାଈ ର ଯତ୍ନ ତଥା ଦୁଗ୍ଧ ସଂରକ୍ଷଣ ଉପରେ ଗୋ ପାଳକ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ।