ଟିଟିଲାଗଡ : (ସଞ୍ଜୟ କୁମାର ନାୟକ)ଟିଟିଲାଗଡ ଡି ଏ ଭି ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଚତୁର୍ଥ ସେମିଷ୍ଟାରର ପ୍ରିୟମ୍ବଦା ମାଝି ନିଜ ଘର ବହିଦାର ପଡ଼ାରୁ ଡି ଏ ଭି ମହାବିଦ୍ୟାଳୟକୁ ଆସୁଥିବା ବେଳେ ତିନି ଜଣ ଯୁବକ ମୁହଁରେ ମାସ୍କ ଲଗେଇ ଝିଅକୁ ବ୍ଲେଡରେ ଆକ୍ରମଣ କରି ତାଙ୍କ ଠାରୁ ଜୋର ଜବରଦସ୍ତ ପାଞ୍ଚ ସହ ଟଙ୍କା ଛଡେଇ ନେବା ସହ ମୋବାଇଲ ଲୁଟିବା ବେଳେ ଦଉଡ଼ି ଦଉଡ଼ି କଲେଜକୁ ପଳେଇ ଯିବା ପରେ ଅନ୍ୟ ଛାତ୍ରି ମାନେ ଆସି ତାଙ୍କୁ ଉଦ୍ଧାର କରି ମହାବିଦ୍ୟାଳୟକୁ ନେଇଥିଲେ।
ସେଠାରୁ ପୋଲିସ ଷ୍ଟେସନକୁ ଯାଇ ଅଭିଯୋଗ କରିବା ପରେ ପୋଲିସ ଆସି ଛ।ନ ବିନ ଆରମ୍ଭ କରିଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ମାନେ ଚିନ୍ତା କରିବା ସହ ଦୋଷୀଙ୍କୁ ଚିହ୍ନଟ କରି ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି।