ହରଭଙ୍ଗା :(ଚିତ୍ତରଞ୍ଜନସିଂ). ଗାଁ, ଗଣ୍ଡା, ଗହଳିପୂର୍ଣ୍ଣ ଛକ ଗୁଡିକରେ ସରକାରୀ ଅନୁଦାନ ରେ ଆଲୋକୀ କରଣ କରିବା ପାଇଁ ଷ୍ଟ୍ରିଟ ଲାଇଟ ର ବ୍ୟବସ୍ତା କରାଯାଉଛି l କିନ୍ତୁ ଦୀପ ତଳ ଅନ୍ଧାର ଭଳି ଏକ ଜନ ଗହଳି ପୂର୍ଣ୍ଣ ଛକ ରେ ଦୀର୍ଘ ୫ ବର୍ଷ ରୁ ଉର୍ଦ୍ଧ ହେବ ଷ୍ଟ୍ରିଟ ଲାଇଟ ଲାଗି ପାରୁନ ଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି l ସୂଚନା ପ୍ରକାରେ ହରଭଙ୍ଗା ବ୍ଲକ ସାମ୍ପୋଚ ପଞ୍ଚାୟତ NH 57 ରମ୍ଭିକଟା ଛକ ରେ ୫ ବର୍ଷ ପୂର୍ବରୁ ଷ୍ଟ୍ରିଟ ଲାଇଟ ବ୍ୟବସ୍ତା କରାଯାଇଥିଲା l
କିନ୍ତୁ ପରବର୍ତ୍ତୀ ୨ ମାସ ପରେ ଲାଇଟ ଖରାପ ହେବାରୁ ତାହାକୁ ପଂଚାୟତ କର୍ମଚାରୀ ସଜାଡ଼ିବା ପାଇଁ ଖୋଲି ଦେଇଥିଲେ ଓ ଆଜି ପର୍ଯ୍ୟନ୍ତ ସଂଯୋଗ କଲେନି ଫଳରେ ଉକ୍ତ ଛକ ଟି ସନ୍ଧ୍ୟା ହେଲେ ଅନ୍ଧାର ର ରାଜୁତି ହେଉଛି l ଏହି ଛକ ରୁ ଯାଇଥିବା ରାସ୍ତା ଟି ପଞ୍ଚାୟତ ମୁଖ୍ୟ ସଡ଼କ ପ୍ରାୟ୧୦ ଖଣ୍ଡ ଗାଁ ଲୋକେ ଏହି ସ୍ଥାନରେ ନୀତି ଦିନିଆଁ ଚଳଣି, ସହିତ ସ୍କୁଲ, କଲେଜ ଓ ଟିଉସନ କରୁଥିବା ଛାତ୍ର ଛାତ୍ରୀ ଙ୍କ ଯିବା ଆସିବା ର ମୁଖ୍ୟ ସ୍ଥାନ l
ଷ୍ଟ୍ରିଟ ଲାଇଟ ଅଭାବ ରୁ ସନ୍ଦ୍ୟା ହେଲେ ଅନ୍ଧାର ହେଉଥିବାରୁ ମଦ୍ୟପ ଓ ଅସାମାଜିକ ଲୋକଙ୍କ ଙ୍କ ଅଡ୍ଡା ସ୍ଥଳୀ ସହିତ ଗଞ୍ଜେଇ ବ୍ୟବସାୟୀ ସୁରକ୍ଷା ହେଉଛି ଅନ୍ୟ ପଟେ ଛାତ୍ର ଛାତ୍ରୀ ଓ ଅନେକ ଗ୍ରାମର ଗ୍ରାମବାସୀ ଓ ସ୍ଥାନୀୟ ଜନତା ଅସୁରକ୍ଷିତ ମନେ କରୁଛନ୍ତି, ଗ୍ରାମବାସୀ ଙ୍କ ମତ ଅନୁଯାଇ ଦୀର୍ଘ ବର୍ଷ ରୁ ପଞ୍ଚାୟତ କତୃପକ୍ଷ ବ୍ଲକ ପ୍ରଶାସନ ଓ ଦୁଇ ଦୁଇ ଟି ବ୍ଲକ ଅଧକ୍ଷ ଓ ଜିଲ୍ଲା ପରିଷଦ ଙ୍କୁ ଲାଇଟ ଲଗାଇବା ପାଇଁ ଅଭିଯୋଗ କରିଥିଲେ ମଧ୍ୟ ଦୀର୍ଘ ୫ ବର୍ଷ ହେଲା କେହି ଦୃଷ୍ଟି ଗୋଚର ଦେଉ ନାହାଁନ୍ତି l ତେଣୁ ବ୍ଲକ ପ୍ରଶାସନ ଏହାକୁ ନଜରକୁ ଆଣି ଷ୍ଟ୍ରିଟ ଲାଇଟ ଲଗାଇବା ପାଇଁ ରମ୍ଭିକଟା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି l