ଭବାନୀପାଟଣା: (ନରେନ୍ଦ୍ର ନେଗୀ)5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଶୁକ୍ରବାର କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସି ରୂପାନ୍ତରଣରେ କଳାହାଣ୍ଡି ଏକ ନମ୍ବର ଜିଲ୍ଲା ବୋଲି କହିଛନ୍ତି l ଏହି ଗସ୍ତ ସମୟରେ ଶ୍ରୀ ପାଣ୍ଡିଆନ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ବିମାନ ଯୋଗେ ଆସି ସ୍ଥାନୀୟ ରିଜର୍ଭ ପୋଲିସ ପଡିଆରେ ନିର୍ମିତ ଅସ୍ଥାୟୀ ହେଲିପେଡ଼ରେ ଅବତରଣ କରିଥିଲେ l ସେଠାରୁ ମାଣିକେଶ୍ୱରୀ ବିଶ୍ଵ ବିଦ୍ୟାଳୟ ପଡିଆ ଠାରେ ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା ଉତ୍ସବରେ ଯୋଗ ଦେଇଥିଲେ l

ଛାତ୍ରଛାତ୍ରୀ ମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ମୁଖ୍ୟମନ୍ତ୍ରୀ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଭିନ୍ନ ଜନକଲ୍ୟାଣ ଯୋଜନାମାନ ପ୍ରଣୟନ କରିବା ପାଇଁ ସହ କଳାହାଣ୍ଡି ଜିଲ୍ଲାର ଯୁବକ ଯୁବତୀମାନଙ୍କ ଶିକ୍ଷା ସମେତ କ୍ରୀଡା ଓ ସାଂସ୍କୃତିକ ବିକାଶ ଲାଗି ନୂଆ-ଓ କାର୍ଯ୍ୟକ୍ରମ ଆରମ୍ଭ କରିଥିବା କହିଥିଲେ । କଳାହାଣ୍ଡି ଯୁବକ ଯୁବତୀମାନଙ୍କର ଶିକ୍ଷା, କ୍ରୀଡା, ସାଂସ୍କୃତିକ ବିକାଶ ଲାଗି ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବାକୁ ଏବଂ ଏକ ସଶକ୍ତ ସୁସ୍ଥ କଳାହାଣ୍ଡି ଗଠନରେ ଯୁବବର୍ଗଙ୍କ ସହଭାଗିତାକୁ ସୁନିଶ୍ଚିତ କରିବାକୁ ସରକାର ପ୍ରତିଶୃତିବଦ୍ଧ ବୋଲି ସେ ପ୍ରକାଶ କରିଥିଲେ । ଯୁବ ସମୟ ଜୀବନର ସ୍ବର୍ଣ୍ଣିମ ସମୟ । ଏହି ସମୟକୁ ସଦୂପଯୋଗ କରିବା ନିହାତି ଆବଶ୍ୟକ ।

ଯୁବବର୍ଗ କେବଳ ପାଠରେ ନୁହେଁ ସବୁ କ୍ଷେତ୍ରରେ ପାରଙ୍ଗମ ହେବା ଦରକାର । ନୂଆ-ଓ ଯୁବବର୍ଗଙ୍କୁ ପ୍ଳାଟଫର୍ମ ଦେବା ସହ ସାମୁହିକ ବିକାଶ ଦିଗରେ ସାହାଯ୍ୟ ହେବ ବୋଲି ସେ କହିଥିଲେ । ସେହିପରି ଏହି ଉତ୍ସବରେ ବିଭିନ୍ନ ରାଜ୍ୟସ୍ତରୀୟ କଳାକାରମାନଙ୍କ ଦ୍ବାରା , ସଙ୍ଗୀତ, ନୃତ୍ୟ ଆଦି କଳା ପରିବେଷଣ କରାଯାଇଥିଲା । ଯାହାକୁ ଉପସ୍ଥିତ ୧୫ ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଉପଭୋଗ କରିଥିଲେ । ପରେ ସେଠାରୁ ଭବାନୀପାଟଣା ଉପକଣ୍ଠରେ ଥିବା ଶ୍ରୀକୃଷ୍ଣ ନଗର ଠାରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ l ଆପଣ ମାନେ କେନ୍ତା ଅଛନ୍ତି, ଭଲ ଅଛନ୍ତି ବୋଲି କଳାହାଣ୍ଡିଆ ଭାଷାରେ ବକ୍ତବ୍ୟ ଆରମ୍ଭକରି ଲୋକଙ୍କ ପାଖକୁ ଯାଇ ସେମାନଙ୍କ ଠାରୁ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ l

ଗତ ମେ ମାସରେ କଳାହାଣ୍ଡି ଗସ୍ତ ସମୟରେ ଆସି ସେ ଗ୍ରହଣ କରିଥିବା ୨୦୦୦ ଦରଖାସ୍ତ ରୁ ୧୮୦୦ ସମାଧାନ ହୋଇଛି l୭ ମାସ ଭିତରେ ଜିଲ୍ଲାକୁ ୫୭୦ କୋଟି ଟଙ୍କା ମିଳିଥିବା କହିଥିବା ବେଳେ କଲେଜ ମାନଙ୍କର ରୂପାନ୍ତରିକରଣ ପାଇଁ ୨୭ କୋଟି ଓ ଓ ଜିଲ୍ଲାର ବିଭିନ୍ନ ମନ୍ଦିର, ଅନେକ ରାସ୍ତା, ପୋଲ ଓ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ର ସୈନ୍ଦର୍ଯ୍ୟ କରଣ ପାଇଁ ଅନୁଦାନ ପ୍ରଦାନ କରାଯାଇଥିବା ପ୍ରକାଶ କରିଥିଲେ । ସେହି ପରି ମନ୍ଦିର ମସଜିଦ କମ୍ୟୁନିଟି ସେଣ୍ଟର୍ ମାନଙ୍କର ବିକାଶ ପାଇଁ ଆସନ୍ତା ୨୨ ତାରିଖ ସୁଦ୍ଧା ମୁଖ୍ୟ ମନ୍ତ୍ରୀ ଖୁସି ଖବର ଦେବେ ବୋଲି ପ୍ରକାଶ କରିଥିଲେ l


ନିକଟରେ ୫୭୦ କୋଟି ଟଙ୍କା ଅନୁମୋଦନ ହୋଇଛି l ଅଲେଖ ମହିମା ପାଇଁ କାମ କରାଯିବ ବୋଲି ଅଧକ୍ଷ ଭିକେ ପାଣ୍ଡିଆନ ପ୍ରକାଶ କରିଥିଲେ l ଲକ୍ଷ୍ମୀ ଯୋଜନା କେମିତି ଚାଲିଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡିକୁ ବେଶୀ ଭଲ ପାଆନ୍ତି l ରୂପାନ୍ତରଣରେ କଳାହାଣ୍ଡି ଏକ ନମ୍ବର ଜିଲ୍ଲା ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ l ଜିଲ୍ଲାରେ ଆର ମେଡିକାଲ କଲେଜ ଓ ଇଞ୍ଜିନୟରିଙ୍ଗ୍ କଲେଜ୍ ନିର୍ମାଣ କରାଯାଇଥିବା ବେଳେ ଜଳସେଚନ ପାଇଁ ସୁ ବ୍ୟବସ୍ଥା କରାଯାଇଛି lକୃଷିକ୍ଷେତ୍ରରେ ଜିଲ୍ଲା ଆଗକୁ ବଢିଛି l

ବିନା ରlଶନ କାର୍ଡ ରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପଞ୍ଜିକରଣ କରି ଗ୍ରାମାଞ୍ଚଳର ଲୋକେ ସ୍ୱାସ୍ଥ୍ୟ ସେବା ପାଇବା ପାଇଁ ଅନୁରୋଧ କରିଥିଲେ l ମାର୍ଚ୍ଚ ସୁଦ୍ଧା ପ୍ରତି ପଞ୍ଚାୟତରେ ବ୍ୟାଙ୍କ୍ ସେବା ମିଳିବ l ଏହି ସରକାର ଆପଣ ମାନଙ୍କ ସରକାର, ଆପଣମାନେ ଯାହା ଚାହିଁବେ ତାହା ହେବ l ତେଣୁ ଆପଣମାନେ ନବୀନ ସରକାରକୁ କେତେ ଭଲ ପାଆନ୍ତି ତାହା ଆଗାମୀ ଦିନରେ ଜଣା ପଡିବ ବୋଲି କହିଥିଲେ l