ଧର୍ମଗଡ଼ ;୧୮/୧( ହେମନ୍ତ କୁମାର ମାଝୀ)କୋକସରା ବ୍ଲକ ଆମପାଣି ପଞ୍ଚାୟତ ର ସାହାଜଖୋଲ ଜଙ୍ଗଲ ମଧ୍ୟରେ ବଂଶାନୁକ୍ରମେ ବସତି ସ୍ଥାପନ କରି ଆସୁଥିବା ବିରିମୁହାଁଣ ରାଜସ୍ବ ଗ୍ରାମ ର ଗ୍ରାମବାସୀ ମାନେ ନୂତନ ଭାବେ ଗଠନ ହୋଇଯିବା ଜଙ୍ଗଲ ଅଧିକାର ଗ୍ରାମ୍ୟ କମିଟି କୁ ରଦ୍ଧ କରିବା ସହ ଗ୍ରାମ୍ୟ କମିଟି ପୁଣିଥରେ ପୁନର୍ଗଠନ ପାଇଁ ଦାବି କରି ବ୍ଲକ ପ୍ରଶାସନ ର ଦ୍ୱାରସ୍ଥ ହୋଇଛନ୍ତି।

ବିଡ଼ିଓ ଙ୍କ ଅନୁପସ୍ଥିତ କାରଣରୁ ବ୍ଲକ ହିସାବ ରକ୍ଷକ ଅଶୋକ କୁମାର ସେଠୀ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।ସୂଚନା ମତେ ଆମପାଣି ସାହାଜଖୋଲ ଜଙ୍ଗଲ ବିଭାଗ ଅଧୀନରେ ଥିବା ବିରିମୁହାଁଣ ଗ୍ରାମ୍ୟ କମିଟି ଗତ ବର୍ଷ ଡିସେମ୍ବର ୨୩ ରେ ରାଜସ୍ୱ ବିଭାଗ ,ଆମପାଣି ଜଙ୍ଗଲ ବିଭାଗ କର୍ମଚାରୀ ଓ ଆମପାଣି ପଞ୍ଚାୟତ ପିଇଓ ଙ୍କ ଉପସ୍ଥିତି ରେ ଗଠନ ହୋଇଥିବା ବେଳେ କମିଟି ଗଠନ କରିବା ପାଇଁ ରହିଥିବା ସରକାରୀ ନିୟମ କୁ ଅଣଦେଖା କରି ଅଳ୍ପ ସଂଖ୍ୟକ ଲୋକଙ୍କ ଉପସ୍ଥିତି ରେ ଏହି କମିଟି ଗଠନ କରିଥିବା ନେଇ ଅଭିଯୋଗ କରିଛନ୍ତି।

ଗଠନ ହୋଇଥିବା କମିଟି କୁ ରଦ୍ଧ କରି ନୂତନ ଭାବେ କମିଟି ଗଠନ କରିବାକୁ ବିରିମୁହାଁଣ, ଆନ୍ଧି ଝରଣ, କାଦୋମାଲି ଗ୍ରାମ ର ଲକ୍ଷ୍ମୀ ମାଝୀ, ମାଗୁ ମାଝୀ,ତୁଲା ଗୁରୁମେ, ମନ ମାଝୀ,ବାମନ ମାଝୀ,ନନ୍ଦୁ ମାଝୀ, ସୁଧୀର ପୁଝାରି,ଦୁଷ୍ମନ୍ତ ମାଝୀ, ନବୀନ ମାଝୀ, ସୁଧୀର ମାଝୀ ପ୍ରମୁଖ କୋକସରା ବ୍ଲକ ପ୍ରଶାସନ ର ଦ୍ୱାରସ୍ଥ ହୋଇ ଦାବିପତ୍ର ପ୍ରଦାନ କରିଛନ୍ତି।