କେସିଙ୍ଗା: (ପ୍ରିତେଶ ପଟେଲ)ଅଯୋଧ୍ୟା ରେ ନିର୍ମାଣ ଧୀନ ପ୍ରଭୁ ଶ୍ରୀରାମ ଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ରେ  ଦେଶ ଉତ୍ସବ ମୁଖର ହୋଇ ଉଠିଥିଲା  । କଳାହାଣ୍ଡି ଜିଲ୍ଲା କେସିଙ୍ଗା ମଧ୍ୟ ଏହି ଉତ୍ସବ ରୁ ବାଦ୍ ପଡ଼ିନାହିଁ ।କେସିଙ୍ଗା ର ବିଭିନ୍ନ ସଙ୍ଗଠନ ତରଫରୁ ଏହି ଦିନ ଟିକୁ ଜୋର ସୋର୍ ରେ ପାଳନ କରା ଯାଇଥିଲା  ।ରାମ ଲଲା ପ୍ରାଣପ୍ରତିଷ୍ଠା ସମିତି, ରାମ ଭକ୍ତ କି ଟୋଲି,ଜଗନ୍ନାଥ ମନ୍ଦିର କମିଟି ,ଗୌରୀ ଶଙ୍କର ମନ୍ଦିର କମିଟି ,ଆମ୍ବାଜି ମନ୍ଦିର କମିଟି ସମେତ ବିଭିନ୍ନ ରାମ ଭକ୍ତ ଙ୍କ ଅନୁଷ୍ଠାନ ପକ୍ଷ ରୁ ଏହି ଦିନକୁ ସବୁଦିନ ପାଇଁ ସ୍ମରଣୀୟ ରଖିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜନ କରା ଯାଇଥିଲା ।

ନଗର ପରିକ୍ରମା , ରଙ୍ଗୋଲି ପ୍ରତିଯୋଗିତା ,ମିଷ୍ଠାନ ବଣ୍ଟନ ,ଆଳତି ,କୀର୍ତ୍ତନ ସନ୍ଧ୍ୟା ଭଳି ବିଭିନ୍ନ କାର୍ଯ୍ୟକ୍ରମ କରା ଯାଇଥିଲା ।   ରାମ ଭକ୍ତ କି ଟୋଲୀ ତରଫ ରୁ ସାରା ସହରକୁ ଗେରୁଆ ରଙ୍ଗ ରେ ପୋତି ଦିଆ ଯାଇ ସହରର ଦୁଇଟି ମୁଖ୍ୟ ଛକ ରେ ଲଗାଯାଇଥିବା ପ୍ରଭୁ ଶ୍ରୀରାମ ଙ୍କ ପତାକା ଲୋକଙ୍କ ମନ ନେଇଥିଲା   ।ସେହିପରି ଆମ୍ବଜି ମନ୍ଦିର କମିଟି ତରଫ ରୁ ମନ୍ଦିର ପରିସର କୁ ଗେରୁଆ ରଙ୍ଗ ରେ ଆଚ୍ଛାଦିତ କରାଯାଇ ଗେରୁଆ ଚାଦର ରେ ଆଚ୍ଛାଦିତ ହୋଇ ଅତି ସୁନ୍ଦର୍ ଦିସୁଥିଲା  କେସିଙ୍ଗା ସହର।ସହର ସାରା ଗେରୁଆ ରଙ୍ଗର ପତାକା ରେ ସଜେଇ ହୋଇ ଏକ ପ୍ରକାର ଗେରୁଆ ମୟ ହୋଇଯାଇଥିଲା ।

କର୍ମକର୍ତ୍ତା ମାନେ ଦିନରାତି ଲାଗି କେସିଙ୍ଗା କୁ ସୁନ୍ଦର ଭାବରେ ସଜାଇଥିଲେ ।କେସିଙ୍ଗା ପୁରୁଣା ବସ ଷ୍ଟାଣ୍ଡ ସମ୍ମୁଖରେ ଥିବା ଜଗନ୍ନାଥ ସ୍କୁଏର ଠାରେ ରାମ ଭକ୍ତ ତରଫ ରୁ ୨୭ ଫୁଟ ଉଚ୍ଚତା ବିଶିଷ୍ଟ ରାମ ଙ୍କ ଏକ କଟ ଆଉଟ୍ ଲଗାଯାଇଛି । ସମଗ୍ର କେସିଙ୍ଗା ତଥା ବାହାରୁ ଆସୁଥିବା ଭକ୍ତ ଙ୍କ ପାଇଁ ପାନୀୟ ଜଳ ସହିତ ପ୍ରସାଦ ସେବନ ବ୍ୟବସ୍ଥା କରା ଯାଇଥିଲା  ସମସ୍ତ କେସିଙ୍ଗା ତଥା ଆଖ ପାଖ ଅଞ୍ଚଳର ସମସ୍ତ ଜନସାଧାରଣ ଙ୍କ ପାଇଁ ୨୨ତାରିଖ ସୋମବାର ଦିନ ବିଭିନ୍ନ ସ୍ଥାନରେ ଭୋଗ ର ଆୟୋଜନ ମଧ୍ୟ କରା ଯାଇଥିଲା ।