ବୌଦ୍ଧ 🙁 ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା ବିଜ୍ଞାପିତଅଞ୍ଚଳ ପରିଷଦ ପକ୍ଷରୁ ବିକଶିତ ଭାରତ ସଂକଳ୍ପ ଯାତ୍ରା ବୌଦ୍ଧ ଜଗନ୍ନାଥ ମନ୍ଦିର ପାଖ ପଡିଆ ଠାରେ ଅନୁଷ୍ଠିତ ହୋଇଥିଲା।ଏହି ବିକଶିତ ରଥ କୁ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ଆଗ ରାସ୍ତାରେ ରଖି ସ୍ବାଗତ କରାଯାଇଥିଲା ଏଥି ରେ ଜିଲ୍ଲାପାଳ ବୌଦ୍ଧ ଙ୍କ ସହିତ ଉପଜିଲ୍ଲାପାଳ ଯୋଗଦାନ୍ କରି କେବଳ ନଡ଼ିଆ ଭାଙ୍ଗି ନିଜ କାର୍ଯ୍ୟାଳୟ କୁ ଚାଲି ଯାଇଥିଲେ।

ତାପରେ ବିକଶିତ ରଥ କୁ କିଛି ସରକାରୀ ଅଧିକାରୀ ଙ୍କ ଗହଣରେ ନିର୍ବାହୀ ଅଧିକାରୀ ଶ୍ରୀ ଯୁକ୍ତ ବେହେରା ସାଙ୍ଗରେ ଧରି ବୌଦ୍ଧ ଜଗନ୍ନାଥଙ୍କ ମନ୍ଦିର ପାଖ ପଡିଆକୁ ଯାଇଥିଲେ ।ଏହି କାର୍ଯ୍ୟକ୍ରମ କୁ ବୌଦ୍ଧ ଜଗନାଥ ମନ୍ଦିର ପାଖ ପଡିଆକୁ ବିକଶିତ ଭାରତ ସଂକଳ୍ପ ଯାତ୍ରା ର ରଥ କୁ ନେଇ ସେଠାରେ କେବଳ ଉପଚ।ରିକଭାବେ ପାଳନ କରିବା ଅବସରରେ ଉପସ୍ଥିତ ନୋଡାଲ ଅଧିକାରୀ ଶ୍ରୀ ବିକ୍ରମ ପ୍ରଧାନ ଙ୍କ ସହିତ ବିଜ୍ଞାପିତ ପରିଷଦ
କିଛି କର୍ମଚାରୀ ଓ ବିଜେପି ପକ୍ଷରୁ ମଣ୍ଡଳ ସଭାପତି ଙ୍କ ଦ୍ଵାରା ପ୍ରେରିତ ବହୁ କର୍ମକର୍ତ୍ତା ପ୍ରମୁଖ ଙ୍କ ସହିତ ମହିଳା ମାନକ ଙ୍କ ସହିତ ନଗର ମଣ୍ଡଳ ସ୍ତରୀୟ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମ ରେ ବ୍ୟାପକ ଅବ୍ୟବସ୍ଥା ନେଇ ଜନ ସାଧାରଣ ଲୋକମାନେ ଅସନ୍ତୋଶ ପ୍ରକାଶ ବ୍ୟକ୍ତ କରିଥିଲେ। ବିଶେଷ କରି ଏହି କାର୍ଯ୍ୟକ୍ରମ କୁ ଜାଣି ଶୁଣି ମନ୍ଦ ଉଦେଶ୍ଵ ରଖି ରବିବାର ଛୁଟି ଦିନରେ ଯାତ୍ରା କରାଇବା ଓ ଦରକାରୀ ସରକାରୀ ଅଧିକାରୀ ମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କେହି ଉପସ୍ଥିତ ନଥିଲେ ଓ ତିଆରି ହୋଇଥିବା ୮ ଗୋଟି ଷ୍ଟଲ୍ ଗୁଡିକରେ କେହି ବସି ନଥିଲେ ଓ ଖାଲି ଥିଲା। କେନ୍ଦ୍ର ସରକାରଙ୍କ କେବଳ ସହରୀ ପ୍ରଧାନ ମନ୍ତ୍ରୀ ଆବାସ ଗୃହ ଯୋଗାଣ, ଯୋଗାଣ, ବିଶ୍ଵକର୍ମା ଯୋଜନା ପାଇଁ ଷ୍ଟଲ ରେ ଲୋକଙ୍କୁ ବୁଝାଇ କିଛି କହିଥିଲେ। କୌଣସି ଅଧିକାରୀ ମାନେ ଘଟଣାସ୍ଥଳରେ ଯୋଗଦାନ୍ କରି ନଥିବା ଯୋଗୁଁ ବହୁ ଉପଭୋକ୍ତା ମାନେ ନିଜ ନିଜ ଅଭାବ ଅଶୁ ବିଧା ଗୁଡିକୁ ପଞ୍ଜି କରଣ କରି ପାରିଲେ ନାହିଁ ଏଣୁ ସେମାନଙ୍କ ଦୁଃଖ କୁ ପରିପ୍ରକାଶ କରି ନିରାଶ ହୋଇ ଶେଷକୁ ସଭାସ୍ଥଳ ଛାଡ଼ି ଘରକୁ ଫେରି ଯାଇଥିଲେ ।

ଏହି କାର୍ଯ୍ୟକ୍ରମ ରେଜିଲ୍ଲା ର ବୁଦ୍ଧିଜୀବୀ ତଥା ବରିଷ୍ଠ ଓକିଲ ଶ୍ରୀ ଅଚ୍ୟୁତ। ନନ୍ଦ ମିଶ୍ର ଙ୍କ ସହିତ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ,ମନୋରଞ୍ଜନ ଦାସ, ତାପସ କୁମାର ପଟ୍ଟନାୟକ ରାଜ କୁମାର ମେହେର , ମାଗୁଣି ଗାଈ ଗୌରୀ ଆ , ସନିଆ ସାହୁ, ଶମ୍ଭୁ ପ୍ରଧାନ, ବିଶି କେଶନ ପ୍ରଧାନ,ଆଶୁତୋଶ ବାରିକ, ହରି ବହିଦାର , ଗଦାଧର ମହାକୁଡ,ଙ୍କ ସହିତ ୧୪ ,ଗୋଟି ୱାର୍ଡ ର ଜନ ସାଧାରଣ , ହିତାଧିକାରୀ ମାନେ ଉପସ୍ଥିତ ଥିଲେ।