ହରଭଙ୍ଗା : (ଚିତ୍ତରଞ୍ଜନ ସିଂ)ଓଡ଼ିଶାର ଶିକ୍ଷା ବିଭାଗ ଉପରେ ରାଜ୍ୟ ସରକାର ବିଭିନ୍ନ ଉନ୍ନତି ମୂଳକ ପଦକ୍ଷେପ ଯଥା ସ୍କୁଲ ଗୁଡିକୁ 5t ରେ ରୂପାନ୍ତିକରଣ, ଗୁଣାତ୍ମକ ଶିକ୍ଷା, ଇ ଲାଇବ୍ରେରୀ, ନୂଆ ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ରେ ଅନ୍ତଃନିହିତ ଗୁଣର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବୌଦ୍ଧ ଜିଲ୍ଲା ର ଶିକ୍ଷା ବ୍ୟବସ୍ଥା ଅବହେଳିତ ହୋଇ ପଡିଛି l ଦିନେ କି ମାସେ ନୁହେଁ ଦୀର୍ଘ ୧୪ ବର୍ଷ ବିତି ଯାଇଥିଲେ ମଧ୍ୟ ଦୃଷ୍ଟି ପଡୁନି ସ୍ଥାନୀୟ ଜନପ୍ରତିନିଧି, ବିଧାୟକ , ଲୋକ ସଭା ପ୍ରତିନିଧି , ବ୍ଲକ ପ୍ରଶାସନ, ବ୍ଲକ ଗୋଷ୍ଠି ଶିକ୍ଷା ଵା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ l ଏମିତି ଏକ ବିରଳ ଚିତ୍ର ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ଉପାନ୍ତ ଅଞ୍ଚଳରେ l
ମନେ ହୁଏ ଏମାନେ ଯେମିତି ବୌଦ୍ଧ ଜିଲ୍ଲା କିମ୍ବା ରାଜ୍ୟ ସରକାର ଙ୍କ ସାବତ ପୁଅ l ସୂଚନା ଅନୁଯାଇ ହରଭଙ୍ଗା ବ୍ଲକ ମହାଲିକ ପଡା ପଞ୍ଚାୟତ ଉପାନ୍ତ ଅଧୁଷିତ ଆଦିମ ଅଧିବାସୀ ଅଂଚଳ ସାତଖଣ୍ଡ ଓ ମହାଲିକପଡା ରେ ୨୦୧୧/୧୨ ମସିହାରେ ତିଆରି ହୋଇଥିବା ଅନୁସୂଚିତ ଜାତି ଓ ଜନଜାତି ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ପାଲଟିଛି ଭୁତ କୋଠି l ପାରା, ସରୀସୃପ, ଚେରେ୍ମେନିଆ, ବାଦୁଡ଼ି, ବୁଢିଆଣୀ ଙ୍କ ବାସ ସ୍ଥାନ ଓ ଅସାମାଜିକ ବ୍ୟକ୍ତି ଙ୍କ ଆଡା ସ୍ଥଳୀ ପାଲଟିଛି l ସରକାର ଉକ୍ତ ଦୁଇ ଛାତ୍ରୀ ନିବାସ କୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ତିଆରି କରିଥିବା ସହିତ, ବିଦ୍ୟୁତ ସଂଯୋଗ, ପାନୀୟ ଜଳ ଯୋଗାଣ କରିଥିଲେ ମଧ୍ୟ ତାହା ଏବେ ଅଚଳ ଅବସ୍ଥା ଭାଙ୍ଗି ରୁଜି ପଡିଛି l ଚଉଦ ବର୍ଷ ହେଲା ଚାଲୁ ରହୁନ ଥିଲେ ବି ବଣୀ ପୋଷା ନୀତି ରେ ବିଗତ ବର୍ଷ ଗୁଡିକରେ ଛାତ୍ରୀ ନିବାସ ର ବାଉଣ୍ଡରୀ, ଅନ୍ୟ ସଂଶ୍ଳିଷ୍ଟ ଗୃହ ତିଆରି କରି ଠିକାଦାରl ପୋସlଜାଇଛି l
ଗ୍ରାମ ବାସୀଙ୍କ କହିବା ଅନୁଯାଇ ଏହି ଛାତ୍ରୀ ନିବାସ ତିଆରି କରିବା ଦିନଠୁଁ ଆଜି ପର୍ଯ୍ୟନ୍ତ ଗୋଟିଏ ଦିନ ବି ତାଲା ଖୋଲା କିମ୍ବା ପାଠ ପଢା ହୋଇନି l କିଛି ବର୍ଷ ଜଣସାଧାରଙ୍କୁ ଭୁଆଁ ବୁଲାଇବା ପାଇଁ କିଛି ସରକାରୀ କର୍ମ ଚାରି ଆସି ପରିଚାଳନା କମିଟି ଗଠନ , ସଭାପତି ଚୟନ କରି କିଛି ପିଲାଙ୍କ ନାମ ଲେଖାଉ ଛନ୍ତି କିନ୍ତୁ ସ୍କୁଲ ଖୋଲା ଯାଉନିକି ପାଠ ପଢା ହେଉନି ଏମିତି ବିତିଗଲାଣି ପୁରାଣ ବର୍ଣିତ ରାମ ବନବାସ ଭଳି ୧୪ ବର୍ଷ l ଚଳିତ ଶିକ୍ଷା ବର୍ଷରେ ମଧ୍ୟ ପ୍ରାୟ 35ଜଣ ଛାତ୍ରୀଙ୍କ ନାମ ଲେଖାଯାଇଥିବା ସାତ ଖଣ୍ଡର ଗ୍ରାମବାସୀ ସୂଚନା ଦେଇଛନ୍ତି l ଉକ୍ତ ଦୁଇ ଛାତ୍ରୀ ନିବାସ ରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ସାତଖଣ୍ଡ, ମହାଲିକ ପଡା, ହିଞ୍ଜଳ, କୁଟୀବାରୀ,ଗେରେଡି ସାହି, ଶ୍ରୀପlଜୁ, ଖଳିସାହି, ବlରମୁଣ୍ଡା, ଶିତିକlବାରୀ, ଓ ନୟାଗଡ଼ ଜିଲ୍ଲାର କୁମ୍ବରୀ, ବେଦlଡି, ବାଙ୍କ ଝୁରି, ଡୁଇସିଙ୍ଗ,ଆଦି ଗାଁ ର ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରୀ ମlନେ ନିର୍ଭର କରୁଥିବା ବେଳେ ଭବିଷ୍ୟତ ର ନାଗରିକ ମାନଙ୍କ ଭବିଷ୍ୟତ କୁ ସରକାର ଜାଣି ଶୁଣି ଅନ୍ଧାର ଭିତରକୁ ଠେଲି ଦେଉଥିବା ବୁଦ୍ଧିଯିବି ମହଲରେ ଚର୍ଚ୍ଚା ହେଉଛି l
ଓ ସାଧାରଣରେ ଶିକ୍ଷା ବିଭାଗ ସଂପୂର୍ଣ୍ଣ ହରଭଙ୍ଗା ବ୍ଲକ ର ଏହି ଦୁଇ ଛାତ୍ରୀ ନିବାସ ରେ ଭୁଶୁଡି ପଡ଼ିଥିବା ସମାଲୋଚନା ହେଉଛି l ତେଣୁ ବୌଦ୍ଧ ଜିଲ୍ଲାପାଳ ମହୋଦୟ ଉକ୍ତ ଦୁଇ ଛାତ୍ରୀ ନିବାସ ର ପ୍ରକୁତ ରହସ୍ୟ ଉପରେ ଦୃଷ୍ଟି ଦେଇ ଯଥାଶୀଘ୍ର ଚାଲୁ କରିବା ପାଇଁ ଉକ୍ତ ଛାତ୍ରୀ ନିବାସ ଉପରେ ନିର୍ଭର କରୁଥିବା ବୌଦ୍ଧ ଜିଲ୍ଲା ଓ ନୟାଗଡ଼ ଜିଲ୍ଲାର ପ୍ରାୟ ୧୪ ଖଣ୍ଡ ଗ୍ରାମର ଅନୁସୂଚିତ ଜାତି ଓ ଜନଜାତି ବାସିନ୍ଦା ଦାବି କରିଛନ୍ତି l