ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ଭିତିରିଆ ବୁଝାମଣା ଯୋଗୁଁ ରାସ୍ତା ନିମ୍ନମାନର (ଗ୍ରାମ ଵାସୀ ଙ୍କ ଅଭିଯୋଗ)

ଧର୍ମଗଡ଼ :୨୪/୧(ହେମନ୍ତ କୁମାର ମାଝୀ)କଳାହାଣ୍ଡି ପୂର୍ତ୍ତ ବିଭାଗ ଦ୍ଵାରା ହେଉଥିବା ରାସ୍ତା କାମ ଅନେକାଂଶ ନିମ୍ନମାନ ହେଉଥିବା ନେଇ ବିଭିନ୍ନ ଅଞ୍ଚଳ ରୁ ଅଭିଯୋଗ ହେଉଥିବା ବେଳେ ଧର୍ମଗଡ଼ ବ୍ଲକ ରେ ମଧ୍ଯ ସମାନ ସ୍ଥିତି ଦେଖିବାକୁ ମିଳିଛି । ରାସ୍ତା ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହୋର୍ଡ଼ିଂ ଲଗାଇ ଏହି ରାସ୍ତା ଲୋକଙ୍କ ପଇସାରେ, ଲୋକଙ୍କ ପାଇଁ ଲେଖା ଯାଉଥିବା ବେଲେ ଉକ୍ତ ରାସ୍ତା କାମରେ ଲୋକେ ହି ସନ୍ତୁଷ୍ଟ ନ ଥିବା ଦେଖିବାକୁ ମିଳୁଛି ।ସେହି ଲୋକମାନେ ନିମ୍ନମାନ କାମ ହେଉଥିବା ଅଧିକାରୀ ଙ୍କୁ ଜଣାଇଲେ ଅଧିକାରୀ ମାନେ ନିଷ୍କ୍ରିୟ ରହୁଥିବା ସାଧାରଣ ରେ ସନ୍ଦେହ ସୃଷ୍ଟି ହେଉଛି ।

କୋକସରା ଠାରୁ ବେହେରା ରାସ୍ତା ୧୪.୫୮ କୋଟି ବ୍ୟୟରେ ହେଉଥିବା ବେଳେ ଅତିନିମ୍ନମାନ କାମ ଯୋଗୁଁ ଅନେକ ସ୍ଥାନରେ ପିଚୁ ଉଠି ଯିବା,ରାସ୍ତା ଦବି ଯିବା,କଂକ୍ରିଟ ରାସ୍ତା ଫାଟି ଯିବା ଭଳି ସ୍ଥିତି ଦେଖିବାକୁ ମିଳୁଛି ।ବାଙ୍କୀମୁଣ୍ଡା ଗାଁ ଭିତରେ ନିର୍ମାଣ ହୋଇଥିବା କଂକ୍ରିଟ ରାସ୍ତା ଅଳ୍ପଦିନରେ ବଡ଼ ବଡ଼ ଫାଟ ଦେଇଥିବା ରାସ୍ତା ନିର୍ମାଣ ର ମାନକୁ ସ୍ଵଛ ଭାବରେ ସୁଚାଉଛି ।କ୍ରସରଗୁଣ୍ଡ ମିଶ୍ରିତ କଂକ୍ରିଟ ଗାଁ ଭିତରେ ଢଳାଇ ହେଉଥିବା ଯୋଗୁଁ ସାମାନ୍ୟ ଯାନ ବାହାନ ଚଳାଚଳ ରେ କଂକ୍ରିଟ ରାସ୍ତାର ଉପରସ୍ତର ଉଖୁଡି ଯାଇ ଆଖପାଖ ଘରଦ୍ୱାର ରେ ଧୂଳିର ଆସ୍ତରଣ ଜମାଟ ବାନ୍ଧୁଛି ଓ ଭୟଙ୍କର ଭାବେ ଗ୍ରାମ୍ୟ ପରିବେଶ ଧୂଳିକଣା ରେ ଦୂଷିତ ହେଉଛି ।ରାସ୍ତା କାମର ପିଚୁ କିମ୍ବା କଂକ୍ରିଟ ପକାଯିବା ସମୟରେ କୌଣସି ସରକାରୀ ଅଧିକାରୀ ଉପସ୍ଥିତ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଏ ନେଇ ବାରମ୍ବାର ପୂର୍ତ୍ତ ବିଭାଗର ଏସଡିଓ ଓ ଯନ୍ତ୍ରୀଙ୍କୁ ଯୋଗାଯୋଗ କଲେ ମଧ୍ୟ ଅଭିଯୋଗ ଥିବା ସ୍ଥାନ ଗୁଡିକର ରାସ୍ତା କାମ ପୁନର୍ବାର କରାଯିବାକୁ କହୁଥିବାବେଳେ ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ଆଖି ଦୃଶିଆ କାର୍ଯ୍ୟ ହୋଇ ପାରି ନାହିଁ ।ଓ ପୂର୍ବବତ ଠିକା ସଂସ୍ଥା ଵେଫିକର ହୋଇ ବେଧଡକ ରେ ନିମ୍ନମାନର କାମ କରି ଚାଲିଛନ୍ତି ,ଯତ ଫଳରେ ଉଭୟ ଠିକା ସଂସ୍ଥା ଓ ଅଧିକାରୀ ଙ୍କ ମଧ୍ୟରେ ଶଳା ସୁତୁରା ସମ୍ପର୍କ ଥାଇ ଦୁର୍ନୀତି ରେ ଲିପ୍ତ ଥିବା ଲୋକେ ଅଭିଯୋଗ କରୁଛନ୍ତି। ଲୋକ ଙ୍କ ଟଙ୍କା ରେ ଲୋକ ଙ୍କ ପାଇଁ ହେଉଥିବା ରାସ୍ତା ଙ୍କ ସୁରକ୍ଷା ଦାୟିତ୍ବ ଦେଉଥିବା ସରକାର, ଦୁର୍ନୀତି ଗ୍ରସ୍ତ ଅଧିକାରୀ ଓ ଠିକା ସଂସ୍ଥା କୁ ନେଇ ସୁରକ୍ଷା ନଦେଇ ଉଚ୍ଚ ସ୍ତରୀୟ ତଦନ୍ତ କରାଯିବାକୁ ଗ୍ରାମ ର ଗୈତିଆ ଚିତ୍ତ ରଂଜନ ପୁଝାରୀ, ମନ୍ଦର ପୁଝାରୀ, ପ୍ରଶାନ୍ତ ତିଓ୍ଵାରୀ, ଧର୍ମେନ୍ଦ୍ର ସୋନି,ଆଶନ ମଣି ଭରତିଆ, ମୋହନ ତିଓ୍ଵାରୀ,ମାନ ସିଂହ ଭରତିଆ,ଧନପତି ପୁଝାରୀ, ଦାବି କରୁଛନ୍ତି।