ବୌଦ୍ଧ: ( ଚିତ୍ତରଞ୍ଜନ ସିଂହ ) ଆଜି ବୌଦ୍ଧ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ନେତୃତ୍ବରେ ଏକ ଉଚ୍ଚ ସ୍ତରୀୟ କମିଟି ମହା ମହିମ୍ ରାଜ୍ୟପାଳ ଶ୍ରୀ ଯୁକ୍ତ ରଘୁବୀର ଦାସ ଙ୍କ ସହିତ ଜିଲ୍ଲା ସର୍କିଟ ହାଉସ ଠାରେ ଜିଲ୍ଲା ର ବିଭିନ୍ନ ମୌଳିକ ଅସୁବିଧା ବିଷୟରେ ଆଲୋଚନା କରି ବା ସହିତ ଜିଲ୍ଲା ରେ ବିଭିନ୍ନ ଦୁର୍ନୀତି ଭ୍ରଷ୍ଟାଚାର ହୋଇଥିବା ଅଭିଯୋଗ ବିଗତ ୨୩ ବର୍ଷ ଧରି ଶାସନ କାଳରେ ,ହୋଇଥିବା ବିଭିନ୍ନ ଲୋକଙ୍କ ର ଆପତ୍ତି ଦରଖାସ୍ତ ଦାଖଲ କରିବା ସହିତ ଆଲୋଚନା କରିଥିଲେ ।
ମହାମହିମ ରାଜ୍ୟପାଳ ସମସ୍ତ ପ୍ରକାରର ଅଭିଯୋଗ କୁ ଶୁଣିବା ସହିତ ନିୟମ ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତଶ୍ରୁତି ପ୍ରଦାନ କରିବା ସହିତ ଲୋକଙ୍କ ସମସ୍ୟା ର ସମାଧାନ କରିବା ପାଇଁ କଠୋର ପରିଶ୍ରମ କରିବାକୁ ସମସ୍ତ ଙ୍କୁ ଉପଦେଶ ପ୍ରଦାନ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତିଙ୍କ ସହିତ ଶ୍ରୀ ଶ୍ୟାମ ସୁନ୍ଦର ପୁରୋହିତ , ପ୍ରେମାନନ୍ଦ ମିଶ୍ର , ତାପସ କୁମାର ପଟ୍ଟନାୟକ , ସଂଗ୍ରାମ ବେହେରା ଯୋଗଦାନ୍ କରି ବିଭିନ୍ନ ଦାବି ଆପତ୍ତି ଦରଖାସ୍ତ ପ୍ରଦାନ କରିଥିଲେ l