ବୌଦ୍ଧ (ଚିତ୍ତରଞ୍ଜନ ସିଂ)ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତରେ ରାଜ୍ୟପାଳ ଶ୍ରୀ ରଘୁବର ଦାସ । ପ୍ରଥମେ ସର୍କିଟ ହାଉସରେ ପହଞ୍ଚି ସେଠାରୁ ଇଚ୍ଛାପୁର ସ୍ଥିତ ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ କରି ଅଙ୍ଗନୱାଡ଼ି ମାନଙ୍କରେ ଚାଲିଥିବା ପୋଷଣ ଯୋଜନା ଉପରେ ସମୀକ୍ଷା କରିଥିଲେ । ପରେ ବାଉଁଶୁଣି ଗ୍ରାମ ପଞ୍ଚାୟତକୁ ଯାଇ ୨୦୦ SHG ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। ସରଣ୍ଡା ଗ୍ରାମର କେତେକ ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀଙ୍କ ସହ ଯୋଜନା ଉପରେ ଆଲୋଚନା କରିଥିଲେ।
ପୁଣି ବୌଦ୍ଧ ସହର ସ୍ଥିତ ଟାଉନ ହଲରେ ପହଁଚି ଏକତ୍ରିତ ହୋଇଥିବା ୨୫୦ ଜଣ ଗ୍ରାମବାସୀ ଓ ଚାଷୀଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ରେ ଚାଷିମାନେ ଗୁରୁଜୀମୁଣ୍ଡା ରେ ଡ୍ୟାମ ନିର୍ମାଣ କରିବା ପାଇଁ ଅନୁରୋଧ କରିଥିବା ବେଳେ ଜିଲ୍ଲାରେ ଚାଷିଙ୍କ ନିମିତ୍ତ ଶୀତଳଭଣ୍ଡାର ନିର୍ମାଣ ପାଇଁ ଦାବି କରିଥିଲେ । ଅନ୍ୟପଟେ ଧାନ ମଣ୍ଡି ସମସ୍ୟା ମଧ୍ୟ ଉଥାପନ କରିଥିଲେ ଚାଷି ।
ତେବେ ସମସ୍ୟା ର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ରାଜ୍ୟପାଳ କହିଛନ୍ତି । ରାଜ୍ୟପାଳ ଙ୍କ ଗ୍ରସ୍ତ କୁ ଆଖି ଆଗରେ ରଖି ଜାତୀୟ ରାଜପଥର ର ପ୍ରମୁଖ ଛକ ମାନଙ୍କରେ ବ୍ୟାପକ ପୋଲିସ ମୃତୟନ କରାଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥା କୁ ମଧ୍ୟ ପୋଲିସ ପକ୍ଷରୁ କଡ଼ାକଡ଼ି କରାଯାଇଥିଲା । ଅନ୍ୟପଟେ ପାଗ ଖରାପ କାରଣ ରୁ ବହୁ ବୈଠକ ବାତିଲ ହୋଇଯାଇଥିବା ବେଳେ ଖରାପ ପାଗ ଯୋଗୁଁ ବୌଦ୍ଧ ରୁ କନ୍ଧମାଳ ଯାଇ ସେଠାରୁ ହେଲିକପ୍ଟର ଯୋଗେ ଭୁବନେଶ୍ୱର ଫେରିଯିବେ ରାଜ୍ୟପାଳ ବୋଲି ସୂଚନା ମିଳିଛି ।