ବୌଦ୍ଧ: ( ଚିତ୍ତରଞ୍ଜନ ସିଂହ ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସନ୍ଧ୍ୟା ୫ ଘଟିକା ସମୟରେ ଆଭାସି ଜରିଆରେ ବୌଦ୍ଧ ଜିଲାର ୧୦ ଟି 5-T ହାଇସ୍କୁଲର ଶୁଭ ଉଦ୍ଘାଟନ କରିଛନ୍ତି l ଜିଲାର ତିନୋଟି ବ୍ଲକର ୧୦ ଟି ହାଇସ୍କୁଲ କୁ 5-T ଯୋଜନାରେ ରୂପାନ୍ତରଣ କରାଯାଇଛି l ଅବହେଳିତ ହୋଇରହିଥିବା ଏହି ୨୩ ଟି ହାଇସ୍କୁଲର 5-T ଯୋଜନାରେ ରୂପାନ୍ତରଣ କରାଯିବା ପରେ ଛାତ୍ରଛାତ୍ରୀମାନେ ଉନ୍ନତମାନର ଶିକ୍ଷା ସୁବିଧା ପାଇପାରିବେ l
5-ଟି ରୂପାନ୍ତରଣ ରେ ଇ-ଲାଇବ୍ରେରୀ, ସ୍ମାର୍ଟ କ୍ଲାସ ରୁମ, ସାଇନ୍ସ ଲାବୋରୋଟରି ,ବେଡ଼ ମିଟନ ପଡ଼ିଆ ଓ ବିଦ୍ୟାଳୟର ଅନ୍ୟାନ୍ୟ ସୌନ୍ଦର୍ଯ୍ୟ କରଣ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆଭାସି ଜରିଆରେ ଜିଲାର ୧୦ ଟି 5-T ହାଇସ୍କୁଲର ଉଦ୍ଘାଟନ କରିଛନ୍ତି l ପଂଚାୟତ ହାଇସ୍କୁଲ ଟୁଟୁସିଙ୍ଗା ଠାରେ ଜିଲାସ୍ତରୀୟ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ବୌଦ୍ଧ ବିଧାୟକ ତଥା ମାନ୍ୟବର ମନ୍ତ୍ରୀ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଂଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଯୋଗ ଦେଇଥିଲେ l
ସମ୍ମାନୀତ ଅତିଥି ଭାବେ କଣ୍ଟାମାଲ ବିଧାୟକ ମହୀଧର ରଣା, ଜିଲ୍ଲା ପରିଷଦ ଅଧକ୍ଷା ପ୍ରଭାସିନୀ ଦାସ ଯୋଗ ଦେଇଥିଲେ । ଟୁଟୁସିଙ୍ଗା ହାଇସ୍କୁଲ ର ନବମ ଶ୍ରେଣୀ ଛାତ୍ରୀ ଭାବନା ଧଳ ତାଙ୍କର 5-T ହାଇସ୍କୁଲ ହେବାପରେ ବହୁତ ସୁବିଧା ପାଇ ବଡ଼ ମଣିଷ ହେବେ ବୋଲି ମତ ବ୍ୟକ୍ତ କରିଥିଲେ l ପରେ ପରେ ଶିକ୍ଷାନୁଷ୍ଠାନ ର ଛାତ୍ର ଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ରବି ନାରାୟଣ ତ୍ରିପାଠୀ ଏବଂ ବିଡ଼ିଓ ବୌଦ୍ଧ ବ୍ଲକ ଅକ୍ଷୟ ପାଣି ଉଡୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l
ଅନ୍ୟ ମାନଙ୍କ ମଧ୍ୟରେ ବିଡ଼ିଓ ହରଭଙ୍ଗା ସ୍ୱପ୍ନିତା ନାଏକ, ବିଡ଼ିଓ କଣ୍ଟାମଲ ସାମ୍ମି ଜୟଶ୍ରୀ ରେଡ୍ଡୀ, ତହସିଲଦାର ବୌଦ୍ଧ ଅନିତା କୁମରୀ ସାହୁ, ଜିଲ୍ଲା ଶିକ୍ଷାଧିକାରୀ ଗେନ୍ଦ୍ରା କୁଜୁର, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଘନଶ୍ୟାମ ମେହେର, DIPRO ରିତାକାନ୍ତି ବଳିୟାର ସିଂହ, ସ୍କୁଲ ପରିଚାଳନା କମିଟିର ସମସ୍ତ ସଭ୍ୟ/ସଭ୍ୟା, ବରିଷ୍ଠ ନାଗରିକ, ବୁଦ୍ଧି ଜୀବୀ, ସମସ୍ତ ଆଲମନୀ ମେମ୍ବର, ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ, ଅବିଭାବକ, ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟ କର୍ମ ରେ ସହଯୋଗ କରିଥିଲେ l